ବରେଲୀ: ଉତ୍ତରପ୍ରଦେଶର ଜଣେ ମହିଳା ପୁଲିସ୍ରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ତାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରୁଥିଲେ। ଏପରିକି ତାଙ୍କ ସ୍ୱାମୀ ‘ଅପ୍ରାକୃତିକ ଯୌନ ସମ୍ପର୍କ’ ରଖିବାକୁ ବାଧ୍ୟ କରୁଥିବା ମଧ୍ୟ ମହିଳା ଅଭିଯୋଗ କରିଛନ୍ତି। ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ନାମରେ ‘ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ’ ଅଭିଯୋଗ ଆଣିଛନ୍ତି।
ଏହି ମହିଳାଙ୍କ କହିବା ଅନୁଯାୟୀ, ସେ ଏଥିରେ ଅସହଯୋଗ ଓ ବିରୋଧ କରିବାରୁ ତାଙ୍କ ସ୍ୱାମୀ ଧମକାଇଥିଲେ ଏହି ଭିଡିଓ ସୋଶାଲ ମିଡିଆରେ ଅପ୍ଲୋଡ୍ କରିଦେବେ। ପୁଲିସ୍ ତାଙ୍କ ସ୍ୱାମୀଙ୍କ ନାମରେ ୩୭୭ (ଅପ୍ରାକୃତିକ ଅପରାଧ) ଏବଂ ୫୦୬ (ଅପରାଧିକ କାର୍ଯ୍ୟକଳାପ) ଆଦି ଦଫା ଲାଗିଛି। ଏତଦ୍ବ୍ୟତୀତ ଆଇଟି ଆକ୍ଟ ସମ୍ବନ୍ଧୀୟ ଅନ୍ୟ ମାମଲା ମଧ୍ୟ ଲଗୁ ହୋଇଛି।
ପୁଲିସ୍ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇସାରିଥିବା ସୂଚନା ମିଳିଛି। ଅଭିଯୁକ୍ତ ବ୍ୟକ୍ତିଙ୍କୁ ଏଯାଏ ଗିରଫ ହୋଇକରାଯାଇନାହିଁ। ସେ ତାଙ୍କ ବାହାଘର ରାତିରେ ଏପରି କରିଥିବା ପୁଲିସ୍ କହିଛି।
ମହିଳା କହିଥିଲେ, ସେ ବିରୋଧ କରିବା ପରେ ସ୍ୱାମୀ ଡିଲିଟ୍ କରିଦେବେ କହିଥିଲେ। କିନ୍ତୁ ସେ ଡିଲିଟ୍ କରିନଥିବା ପରେ ମହିଳା ଜାଣିବାକୁ ପାଇଥିଲେ। ସେ ନିଜେ ଡିଲିଟ୍ କରିଦେବାରୁ ସ୍ୱାମୀ ଏଥିରେ ଉତ୍କ୍ଷିପ୍ତ ହୋଇ ନିର୍ଯାତନା ଦେଇଥିବା ମହିଳା ଅଭିଯୋଗ ଆଣିଛନ୍ତି।
ପୂର୍ବରୁ ପଟିଆଲାରେ ଏଭଳି ଏକ ଘଟଣା ଘଟିଥିଲା। ଏହି ଘଟଣାରେ ଜଣେ ମଧ୍ୟବୟସ୍କ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ‘ଅପ୍ରାକୃତିକ ଯୌନ ସମ୍ପର୍କ’ ପାଇଁ ବାଧ୍ୟ କରୁଥିଲେ। ସେ ମନା କରିବାରୁ ଯୌନ ନିର୍ଯାତନା ଦେଇଥିଲେ। ମହିଳା ହସ୍ପିଟାଲରେ ଭର୍ତ୍ତି ହେବାପରେ ଏହି ଘଟଣା ସାମ୍ନାକୁ ଆସିଥିଲା।
from Odisha Reporter https://ift.tt/2JDqCDF
No comments:
Post a Comment