ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରେ ଦୀପ ଜାଳିବାକୁ ଶୁଭ ବୋଲି ଧରାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଦୀପ ଜଳାଇବା ଦ୍ୱାରା ସୁଖ, ସମୃଦ୍ଧି ଏବଂ ଶାନ୍ତି ବଜାୟ ରହିଥାଏ। ହିନ୍ଦୁ ପରମ୍ପରାରେ ଠାକୁରଙ୍କ ପାଖରେ ଦୀପ ଜଳାଇବାର ପରମ୍ପରା ରହିଛି। କିନ୍ତୁ ବାସ୍ତୁ ଅନୁସାରେ ଦୀପ ଜଳାଇବାର ବିଭିନ୍ନ ସ୍ଥାନ ବିଷୟରେ କୁହାଯାଇଛି। ଅଲଗା ଅଲଗା ଦିଗରେ ଦୀପ ଜଳାଇଲେ ଅଲଗା ଅଲଗା ଲାଭ ମିଳିଥାଏ। ଜାଣନ୍ତୁ କେଉଁ ଦିଗରେ ଦୀପ ଜଳାଇବା ଦ୍ୱାରା କ’ଣ ଲାଭ ହୋଇଥାଏ।
ଦକ୍ଷିଣ-ପୂର୍ବ ଦିଗରେ ଦୀପ ଜଳାନ୍ତୁ।
ଯଦି ଆପଣଙ୍କୁ ସମ୍ମାନ କମ୍ ମିଳୁଛି ବା ଆପଣ ନିଜକୁ ଏକା ଭାବୁଛନ୍ତି ତାହାଲେ ଆପଣ ଦକ୍ଷିଣ ପୂର୍ବ ଦିଗରେ ଦୀପ ଜଳାନ୍ତୁ। ସନ୍ଧ୍ୟା ବେଳେ ଦୀପ ଜଳାଇଲେ ଆପଣଙ୍କ ସମ୍ମାନ ବୃଦ୍ଧି ହେବ।
କାର୍ଯ୍ୟସ୍ଥଳୀରେ ଦୀପ ଜଳାଇବା ହୋଇଥାଏ ଶୁଭ
କାର୍ଯ୍ୟସ୍ଥଳୀ ଯେପରିକି ଅଫିସ୍ ହେଉ ବା ଆପଣଙ୍କ ନିଜର ବ୍ୟବସାୟ ସ୍ଥଳୀ ସେଠାରେ ମଧ୍ୟ ଦୀପ ଜଳାଇବା ଶୁଭ ହୋଇଥାଏ। ଆପଣ କାର୍ଯ୍ୟସ୍ଥଳୀରେ ଦକ୍ଷିଣ-ପୂର୍ବ ଦିଗରେ ଦୀପ ଜଳାନ୍ତୁ। ଏହା ଦ୍ୱାରା ଆପଣଙ୍କ ଧନ ବୃଦ୍ଧି ହେବା ସହ ସୌଭାଗ୍ୟ ମଧ୍ୟ ପ୍ରାପ୍ତି ହେବ।
ଏମିତି ଦୂର କରନ୍ତୁ ବାସ୍ତୁ ଦୋଷ
ଘରେ ଯଦି ବାସ୍ତୁ ଦୋଷ ରହିଛି ତାହାଲେ ସପ୍ତାହରେ ଥରେ ଘରେ କର୍ପୂର ଦୀପ ଜଳାନ୍ତୁ। ଏହା କରିବା ଦ୍ୱାରା ଘରେ ବାସ୍ତୁ ଦୋଷ ଦୂର ହେବା ସହ ଘରୁ ନକରାତ୍ମକ ଶକ୍ତି ମଧ୍ୟ ଦୂର ହେବ।
ପୂର୍ବ ଦିଗରେ ରଖିଲେ ହୋଇଥାଏ ଆୟୁ ବୃଦ୍ଧି
ବାସ୍ତୁଶାସ୍ତ୍ର ଅନୁସାରେ ଦୀପକୁ ପୂର୍ବ ଦିଗରେ ରଖିଲେ ଆୟୁ ବୃଦ୍ଧି ହୋଇଥାଏ। ଏହାକୁ ପଶ୍ଚିମ ଦିଗରେ ରଖିଲେ ଦୁଃଖ ବଢ଼ିଥାଏ। ତେଣୁ ଏପରି ଭୁଲ୍ କରନ୍ତୁ ନାହିଁ। ଦକ୍ଷିଣ ଦିଗରେ ରଖିଲେ ମଧ୍ୟ ଏହା ଧନ ହାନି କରିଥାଏ।
from Odisha Reporter https://ift.tt/2FZ2RoE
No comments:
Post a Comment