ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା କମଳାଙ୍ଗ ଗାଁରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ହରେକୃଷ୍ଣ ବେହେରା। ତାଙ୍କୁ ପ୍ରଥମେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଆଜି ସକାଳେ ହରେକୃଷ୍ଣ ଗାଁର ସମାକୋଈ ନଦୀ ନିକଟକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। କୌଣସି ମତେ ଜୀବନ ବଞ୍ଚାଇ ସେ ଭାଲୁ କବଳରୁ ଖସି ଆସିଥିଲେ। ତାଙ୍କ କାନ ଓ ନାକରେ ଛିଣ୍ଡି ଯାଇଛି।
from Odisha Reporter https://ift.tt/2XxQNR7
No comments:
Post a Comment