ଡ୍ରେସ୍‌ ପିନ୍ଧି ଖଣ୍ଡିଆଖାବରା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 14, 2019

ଡ୍ରେସ୍‌ ପିନ୍ଧି ଖଣ୍ଡିଆଖାବରା!

ନ୍ୟୁୟର୍କ: ଆମେରିକାର ବହୁ ଚର୍ଚ୍ଚିତ ମଡେଲ୍‌ ତଥା ଅଭିନେତ୍ରୀ କିମ୍‌ କାର୍ଦଶିୟାନ୍‌ ‘ମେଟ୍‌ ଗାଲା ୨୦୧୯’କୁ ଯେଉଁ ଡ୍ରେସ୍‌ ପିନ୍ଧି ଆସିଥିଲେ, ତାହା ଆପଣମାନେ ଦେଖିଥିବେ। ସେତେବେଳେ ତାଙ୍କର ଏହି ଡ୍ରେସ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। କାରଣ ତାଙ୍କ ଡ୍ରେସ୍‌ର ଡିଜାଇନ୍‌ ସଂପୂର୍ଣ୍ଣ ନିଆରା ଥିଲା। ଡ୍ରେସ୍‌ ଦେଖି ଲାଗୁଥିଲା, ଯେମିତି କିମ୍ ସଙ୍ଗେ ସଙ୍ଗେ ଗାଧୋଇ ମେଟ୍‌ ଗାଲାକୁ ଆସିଥିଲେ ଓ ତାଙ୍କ ଡ୍ରେସ୍‌ରୁ ପାଣି ବୁନ୍ଦା ବୁନ୍ଦା ହୋଇ ତଳକୁ ପଡ଼ୁଥିଲା।

ଆଜି ଆମେ ପୁଣି ଏହି ଡ୍ରେସ୍‌ ବିଷୟରେ ଆଲୋଚନା କରୁଛୁ। କାରଣ ଏହି ଡ୍ରେସ୍‌ ପଛରେ ଏମିତି କିଛି କଥା ଅଛି, ଯାହା ହୁଏତ ଆପଣ ଜାଣି ନଥିବେ। ‘ମେଟ୍ ଗାଲା ୨୦୧୯’ ମେ’ ମାସରେ ହୋଇଥିବା ବେଳେ ଏବେ କିମ୍‌ ଏହାକୁ ନେଇ ଏକ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରେର ସେ କହିଛନ୍ତି ଯେ, ଏହି ଡ୍ରେସ୍‌ ପିନ୍ଧି ତାଙ୍କ ଦେହ ଖଣ୍ଡିଆ ହୋଇଯାଇଥିଲା।

ସେ କହିଛନ୍ତି ଯେ, ଏହି ଡ୍ରେସ୍‌ ତିଆରି ହେବାକୁ ୮ ମାସ ସମୟ ଲାଗିଥିଲା। ଡିଜାଇନର୍‌ ଏହାକୁ ଅଧିକ ଫିଟିଙ୍ଗ୍‌ କରିଥିବାରୁ ଏହାକୁ ପିନ୍ଧିବା ପରେ ତାଙ୍କୁ ବହୁତ କଷ୍ଟ ହୋଇଥିଲା। ଏମିତି କି ଜୀବନରେ ତାଙ୍କୁ ଏତେ କଷ୍ଟ କେବେ ହେଇ ନଥିଲା ବୋଲି କିମ୍‌ କହିଛନ୍ତି।

‘ମେଟ୍‌ ଗାଲା ୨୦୧୯’ରେ କିମ୍‌ ପିନ୍ଧିଥିବା ଏହି ଡ୍ରେସ୍‌ ସୁନ୍ଦର ଦେଖାଯାଉଥିଲ। କିନ୍ତୁ ଫିଗର୍‌ ଦେଖାଇବା ପାଇଁ ଡ୍ରେସ୍‌ଟିକୁ ଏତେ ଟାଇଟ୍‌ କରାଯାଇଥିଲା ଯେ, କିମ୍‌ ଏହାକୁ ପିନ୍ଧି ନା ଭଲରେ ଚାଲି ପାରୁଥିଲେ ନା ବସି ପାରୁଥିଲେ। ଆହୁରି ମଧ୍ୟ ଏହି ଡ୍ରେସ୍‌କୁ ସେ ନିଜେ ପିନ୍ଧି ପାରି ନଥିଲେ। ତିନି ଜଣ ଲୋକ ତାଙ୍କୁ ଏହି ଡ୍ରେସ୍ ପିନ୍ଧିବାରେ ସାହାଯ୍ୟ କରିଥିଲେ।

 

 



from Odisha Reporter https://ift.tt/2lpfke2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages