ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଦଶପଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ ଡାକରା ଦିଆଯାଇଛି। ଦଶପଲ୍ଲା ଉପକାରଗାରକୁ ନୟାଗଡ଼ ସ୍ଥାନାନ୍ତର ନିଷ୍ପତ୍ତି ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଇଛି।
ଆନ୍ଦୋଳନକାରୀମାନେ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଦୋକାନ ବଜାର ସମେତ ସମସ୍ତ ସରକାରୀ ଓ ବେସକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି।
ଦଶପଲ୍ଲା ଉପକାରଗାରକୁ ଅନ୍ୟତ୍ର ସ୍ଥାନାନ୍ତର ନିଷ୍ପତ୍ତିର ପ୍ରତିବାଦ କରି ପୂର୍ବରୁ ମଧ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରଯାଇଥିଲା। ତେବେ କୌଣସି ସୁଫଳ ମିଳି ନଥିଲା। ତେବେ ଏହାର ପ୍ରତିବାଦରେ ଆଜି କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି।
ଏଥିପାଇଁ ସହରରେ ୪ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଏହି ବନ୍ଦକୁ ସବୁ ରାଜନୈତିକ ଦଳ ସମର୍ଥନ କରିଛନ୍ତି।
from Odisha Reporter https://ift.tt/2XMomEj
No comments:
Post a Comment