ଗୋରୁ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 20, 2019

ଗୋରୁ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ନିକଟରେ ଗୋଟିଏ ଗୋରୁ ବୋଝେଇ କଣ୍ଟେନର ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।  ସ୍ଥାନୀୟ ଲୋକେ ଉକ୍ତ ଗାଡ଼ିରୁ ବହୁ ଗୋରୁଙ୍କୁ ନେଇଯାଇଥିବା ଜଣାପଡ଼ିଛି।

ଖବର ନେବାରୁ ଜଣାପଡ଼ିଛି,  ଖୋର୍ଦ୍ଧାରୁ କୋଲକତା ଯାଉଥିବା ଏକ ଗୋରୁ ବୋଝେଇ କଣ୍ଟେନରକୁ ଏକ ଅଜଣା ଗାଡ଼ି ଥାନା ନିକଟରେ ଧକ୍କା ଦେଇଥିଲା। ଉକ୍ତ ଗାଡ଼ିରେ ୧୫୦ରୁ ଊର୍ଦ୍ଧ୍ୱ ଗୋରୁ ଥିଲେ।

 ଏହି ଦୁର୍ଘଟଣାରେ କିଛି ଗୋରୁ ଆହତ ହୋଇଥିବା ବେଳେ ଆଉ କିଛି ଗୋରୁଙ୍କୁ ଲୋକେ ନେଇ ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସିମୁଳିଆ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2JHmNi3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages