ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ଆବଶ୍ୟକ। ବ୍ୟସ୍ତବହୁଳ ଜୀବନରେ ଭଲ ନିଦ ହେବା ପାଇଁ ଲୋକେ ଅନେକ ଉପାୟ ଆପଣାଇଉଛନ୍ତି। ଚିକିତ୍ସା ବିଜ୍ଞାନୀଙ୍କ ମତରେ ଆବଶ୍ୟକ ନିଦ ନ ହେବା ଏକ ପ୍ରକାର ରୋଗ। ଲମ୍ୱା ସମୟ ଧରି ନିଦ ନ ହେବା ଯୋଗୁ ଜଣେ ବ୍ୟକ୍ତି ମାନସିକ ସ୍ତରରେ ଅସୁସ୍ଥ ହୋଇପଡ଼େ। ଭଲ ନିଦ ପାଇଁ ଚିକିତ୍ସା ବିଜ୍ଞାନରେ ଅନେକ ଉପାୟ ଥିବା ବେଳେ ବାସ୍ତୁଶାସ୍ତ୍ରରେ ମଧ୍ୟ ଏନେଇ କିଛି ଉପାୟ କୁହାଯାଇଛି। ବାସ୍ତୁଶାସ୍ତ୍ର ଅନୁସାରେ ଭଲ ନିଦ ପାଇଁ ବେଡ୍ ରୁମ୍ରେ କିଛି ଗଛ ରଖିବାକୁ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରରେ କେଉଁ ୬ଟି ଗଛ ବିଷୟରେ କୁହାଯାଇଛି।
୧. ଶୋଇବା ଘରେ ମଲ୍ଲୀ ଗଛ ଲଗାଇଲେ ଭଲ ନିଦ ହୋଇଥାଏ। ଏହାବ୍ୟତୀତ ମଲ୍ଲୀ ଫୁଲର ସୁଗନ୍ଧରେ ଭଲ ନିଦ ହୋଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।
୨- ବେଡ୍ ରୁମ୍ରେ ଲାଭେଣ୍ଡର ଗଛ ରଖିପାରିବେ। ଏହା ଦ୍ୱାରା ନିଦ୍ରାଜନିତ ସମସ୍ୟା ଦୂର ହୋଇଥାଏ। ଏହି ଫୁଲର ବାସ୍ନା ମନକୁ ଶାନ୍ତ ରଖେ। ଏହା ସହିତ ଏହି ଫୁଲରେ ଯନ୍ତ୍ରଣା ନିବାରଣର ସମସ୍ତ ଗୁଣ ରହିଛି।
୩- ଗାର୍ଡେନିଆ ନାମକ ଫୁଲ ଗଛକୁ ଆପଣ ବେଡ୍ରୁମ୍ରେ ରଖିପାରିବେ। ଏହି ଫୁଲର ସୁଗନ୍ଧ ମସ୍ତିଷ୍କକୁ ଶାନ୍ତ କରିଥାଏ। ଏଥିପାଇଁ ବାସ୍ତୁଶାସ୍ତ୍ର ବିଶାରଦଙ୍କ ମତରେ ଏହି ଫୁଲକୁ ବେଡ୍ରୁମ୍ରେ ରଖିଲେ ଭଲ ନିଦ ହୋଇଥାଏ।
୪- ସ୍ନେକ ପ୍ଲାଣ୍ଟକୁ ମଧ୍ୟ ଆପଣ ନିଜ ବେଡ୍ ରୁମ୍ରେ ରଖିପାରିବେ। ଏହି ଗଛ ଦୂଷିତ ପବନକୁ ନିଜ ଆଡ଼କୁ ଟାଣି ନେଇଥାଏ। ଏଥିପାଇଁ ଏହି ଗଛକୁ ବେଡ୍ ରୁମ୍ରେ ରଖିଲେ ଭଲ ନିଦ ହୋଇଥାଏ।
୫- ଆପଣ ଏଲୋଭେରା ବା ଘିକୁଆଁରୀ ଗଛକୁ ବେଡ ରୁମ୍ରେ ରଖିପାରିବେ। ଏହି ଗଛର ଅନେକ ଔଷଧୀୟ ଗୁଣ ରହିଛି। ବାସ୍ତୁବିତ୍ଙ୍କ ଅନୁଯାୟୀ, ଏହାକୁ ଶୋଇବା ଘରେ ରଖିଲେ ଘରର ପରିବେଶ ଶୁଦ୍ଧ ରହିଥାଏ ଏବଂ ଭଲ ନିଦ ମଧ୍ୟ ହୋଇଥାଏ।
୬- ବାସ୍ତୁ ବିଜ୍ଞାନୀଙ୍କ ମତରେ, ଆପଣ ବାଉଁଶ ଗଛକୁ ବେଡ୍ ରୁମ୍ରେ ରଖିପାରିବେ। ଏହା ଦ୍ୱାରା ଘରର ପରିବେଶ ଶୁଦ୍ଧ ରହିଥାଏ। ପରିବେଶରେ ଥିବା କାର୍ବନ୍ ମନୋକ୍ସାଇଡ୍ ଏବଂ ବେଞ୍ଜିମ୍ ପରି କ୍ଷତିକାରକ ତତ୍ତ୍ୱକୁ ମଧ୍ୟ ଏହା ନଷ୍ଟ କରିଥାଏ। ପରିଣାମ ସ୍ୱରୂପ ଭଲ ନିଦ ହୋଇଥାଏ।
from Odisha Reporter https://ift.tt/30nHx48
No comments:
Post a Comment