‘ମାନିଆ ରୋଗ’ ଏବଂ ଏହାର ପ୍ରତିକାର ବିଷୟରେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 8, 2019

‘ମାନିଆ ରୋଗ’ ଏବଂ ଏହାର ପ୍ରତିକାର ବିଷୟରେ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ରୋଗ ବିଷୟରେ ଆପଣ ଶୁଣିଥିବେ। ସେଥିରୁ ଗୋଟିଏ ହେଉଛି ‘ମାନିଆ ରୋଗ’। ଏହା ଏକ ପ୍ରକାର ମାନସିକ ରୋଗ। ଆସନ୍ତୁ ଜାଣିବା ‘ମାନିଆ ରୋଗ’ କ’ଣ। ଏହା ସହିତ ଏହାର ଲକ୍ଷଣ ଓ ପ୍ରତିକାର ସଂପର୍କରେ ବି ଜାଣିବା।

‘ମାନିଆ ରୋଗ’ କ’ଣ?
ଜଣେ ବ୍ୟକ୍ତି ଅତ୍ୟଧିକ ଖୁସି ରହିବା, ଚିଡ଼ିଚିଡ଼ି ହେବା, ଅସ୍ଥିର ରହିବା, ବଡ଼ ବଡ଼ କଥା କହିବା, ବହୁତ ଗପିବା, ଅନ୍ୟକୁ ଥଟ୍ଟା କଲା ପରି କଥା କହିବା ଏବଂ ଯୌନ ଇଚ୍ଛା ବଢ଼ିଯିବା ଆଦିକୁ ଆମେ ‘ମାନିଆ ରୋଗ’ କହିପାରିବା। ପୂର୍ବରୁ କୌଣସି ବଂଶଗତ ସମସ୍ୟା ଥିଲେ  କିମ୍ୱା ମାନସିକ ଚାପ ପଡ଼ିଲେ, ମସ୍ତିଷ୍କରେ ସ୍ନାୟୁ ବିଶୃଙ୍ଖଳିତ ହୋଇ ‘ମାନିଆ ରୋଗ’ ଦେଖାଯାଇଥାଏ।

‘ମାନିଆ ରୋଗ’ କେତେ ପ୍ରକାରର?
ଏହି ରୋଗ ଦୁଇ ପ୍ରକାରର। ଗୋଟିଏ ହେଉଛି ‘ହାଇପୋ ମାନିଆ’ ଏବଂ ଅନ୍ୟଟି ହେଉଛି ‘ମାନିଆ’। ଜଣେ ବ୍ୟକ୍ତି ସମସ୍ତ କାମ କରି ପାରୁଥିବା ସତ୍ତ୍ୱେ ମାନସିକ ବିକୃତି ଦେଖାଦେଉଥିଲେ, ତାହାକୁ ଆମେ ‘ହାଇପୋ ମାନିଆ’ କହିବା।

ଠିକ୍‌ ସେହିପରି ‘ମାନିଆ’ରେ ରୋଗର ମାତ୍ରାରେ ଏତେ ବଢ଼ି ଯାଇଥାଏ ଯେ,  ଜଣେ ବ୍ୟକ୍ତି ନିଜର କାର୍ଯ୍ୟ କରିବାକୁ ମଧ୍ୟ ଅସମର୍ଥ ହୋଇଯାଆନ୍ତି।

ମାନିଆ ରୋଗର ଲକ୍ଷଣ
ମାନିଆ ହେଲେ ଅଚାନକ ଜଣେ ବ୍ୟକ୍ତି ନିଶା ସେବନ କରିବା ଆରମ୍ଭ କରନ୍ତି।
ନିଜକୁ ଅତି ବଡ଼ ବୋଲି ଭାବନ୍ତି। ଆତ୍ମବଡ଼ିମା ବଢ଼ିଯିବା ଆଦି ଗୁଣ ପରିଲକ୍ଷିତ ହୁଏ।
 ସମୁଦାୟ ୨୪ ଘଣ୍ଟା ମଧ୍ୟରୁ ମାତ୍ର ଦୁଇରୁ ତିନି ଘଣ୍ଟା ଶୁଅନ୍ତି।
– କମ୍ ସମୟ ଶୋଇଲେ ମଧ୍ୟ ଆକ୍ଟିଭ୍‌ ରହନ୍ତି।
– ବହୁତ ଗପନ୍ତି। କଥାଗୁଡ଼ିକ ମଧ୍ୟରେ ତାଳମେଳ ରହେ ନାହିଁ।
ଚରିତ୍ର ଭଲ ହୋଇଥିଲେ ମଧ୍ୟ ଅଚାନକ ଯୌନଇଚ୍ଛା ବଢ଼ିଯାଏ।

ଏହି ରୋଗର ପ୍ରତିକାର ଓ ଚିକିତ୍ସା 
୧. ଯେତେବେଳେ ପରୀକ୍ଷାରୁ ଜଣାପଡ଼େ ଯେ, ଏହି ରୋଗ ବହୁତ ମାତ୍ରାରେ ବଢ଼ିଯାଇଛି, ତା’ହେଲେ ମୁଡ୍‌ ଷ୍ଟାବିଲାଇଜର୍‌ ଦେଇ ରୋଗୀଙ୍କ ମନକୁ ସ୍ଥିର କରିବା ପାଇଁ ଚେଷ୍ଟା କରାଯାଇଥାଏ।

୨. ଅନେକ ସମୟରେ ମାନିଆ ରୋଗୀ ନିଜକୁ ସନ୍ଦେହ କରିବା ଆରମ୍ଭ କରିଥାଏ। ଯାହାକୁ ଡାକ୍ତରୀ ଭାଷାରେ ‘ଡିଲ୍ୟୁଜନ୍‌’ ବୋଲି କୁହାଯାଏ। ଏହି ସମୟରେ ରୋଗୀ ମନରେ ଭୟ ରହିଥାଏ ଯେ, ତାକୁ କେହି ଜୀବନରୁ ମାରିଦେବ।

୩. ସେହିପରି କିଛି ରୋଗୀଙ୍କୁ ଶୂନ୍ୟବାଣୀ ହେଲା ଭଳି ଲାଗେ। ଆକାଶରୁ ଭଗବାନ ତାଙ୍କୁ କିଛି କହୁଛନ୍ତି ବୋଲି ରୋଗୀ ବିଶ୍ୱାସ କରିଥା’ନ୍ତି, ଯାହାକୁ ‘ହାଲୋସିନେସନ୍‌’ ବୋଲି କୁହାଯାଏ। ଏସବୁ ହେଲେ ରୋଗୀଙ୍କୁ ଆଣ୍ଟିସାଇକୋଟିକ୍‌ ଦେବାକୁ ପଡ଼ିଥାଏ।

୪. ମାନିଆ ରୋଗ ଯଦି ବହୁତ ବଢ଼ିଯାଏ, ତେବେ ସେହି ସମୟରେ ରୋଗୀଙ୍କୁ ଇଞ୍ଜେକସନ୍‌ ଦେବା ସହିତ ଇଲେକ୍ଟ୍ରି ଶକ୍‌ ମଧ୍ୟ ଦେବାକୁ ପଡ଼ିଥାଏ।

୫. ଏସବୁ ଚିକିତ୍ସା ପରେ ଯଦି ରୋଗୀର ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ଦେଖାଯାଏ, ତେବେ ରୋଗୀ ଏବଂ ରୋଗୀଙ୍କ ପରିବାରକୁ ବିଭିନ୍ନ କାଉନସେଲିଂ ଦିଆଯାଇ ମେଡିସିନ୍‌ ଖାଇବା ଜାରି ରଖିବା ପାଇଁ ପରାମର୍ଶ ଦିଆଯାଇଥାଏ।



from Odisha Reporter https://ift.tt/2XPZrPj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages