ରାଜଧାନୀରେ ସିରିଜ୍‌ ଲୁଟ୍‌, ଲୁଟେରାଙ୍କ ଟେର ପାଉନି ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 30, 2019

ରାଜଧାନୀରେ ସିରିଜ୍‌ ଲୁଟ୍‌, ଲୁଟେରାଙ୍କ ଟେର ପାଉନି ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ସିଟି ଭୁବନେଶ୍ୱର ଏବେ ଲୁଟେରାଙ୍କ ରାଜଧାନୀ ପାଲଟି ଗଲାଣି ।  ଏଠାରେ  ଲଗାତାର ଭାବେ ସିରିଜ୍‌ ଲୁଟ୍‌ ଘଟଣା ଘଟି ଚାଲିଥିବା ବେଳେ  ଲୁଟେରାଙ୍କ  ଟେର ପାଉନି ପୁଲିସ। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ପୁଲିସ ଉପରୁ ଭରସା ତୁଟୁଛି।

ଗତକାଲି ସକାଳେ ଏକ ପରିବାରକୁ ବନ୍ଧୁକ ଦେଖାଇ ଲୁଟେରାମାନେ ଲୁଟ୍‌ କରିଥିଲେ।  ଏହାପରେ ଅପରାହ୍ଣରେ ପୁରୀ ବାଇପାସ୍ ରୋଡରେ ଏକ ସେକେଣ୍ଡ ହ୍ୟାଣ୍ଡ କାର୍‌ ଶୋରୁମ ମାଲିକଙ୍କ ଚେନ୍ ଝାମ୍ପି  ନେଇଥିଲେ। ସେଠାରୁ ଫେରୁଥିବା ବେଳେ ଉକ୍ତ ଶୋ’ ରୁମ୍‌କୁ ଆସୁଥିବା ୨ ଗ୍ରାହକଙ୍କୁ ଆକ୍ରମଣ କରି ୨ ଲକ୍ଷ ଟଙ୍କା ଲୁଟି ନେଲେ।  ଡକାୟତଙ୍କ ମାଡ଼ରେ ଶୋ’ରୁମ ମାଲିକ ଓ ଦୁଇ ଗ୍ରାହକ ଗୁରୁତର ହୋଇଛନ୍ତି। ୫ ଜଣ ସଶସ୍ତ୍ର ଡକାୟତ ଏହି ଲୁଟ୍‌ପାଟ କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପୂର୍ବରୁ ଗତକାଲି ସକାଳେ ଗନ୍‌ ପଏଣ୍ଟରେ ଗାଡ଼କଣ ଅଞ୍ଚଳର ଦମ୍ପତ୍ତିଙ୍କଠାରୁ ଲୁଟ୍ କରିଥିଲେ ଦୃବୃର୍ତ୍ତ। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଝାମ୍ପି ନେଇଥିଲେ ଲୁଟେରା। ଏହାପରେ ରସୁଲଗଡ଼ ଅଞ୍ଚଳର ଆଦିମାତା କଲୋନୀରୁ ମଧ୍ୟ ଏକ ଲୁଟ୍‌ ହୋଇଛି।

ମର୍ଣ୍ଣିୱାକରୁ ଫେରୁଥିବା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କଠାରୁ ସୁନା ମୁଦି ଲୁଟି ନେଇଥିଲେ ଲୁଟେରା।   ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ୱରସ୍ଥିତ ଘରକୁ ଫେରୁଥିବା ଜଣେ ହୋଟେଲ ମାଲିକଙ୍କୁ  ଆକ୍ରମଣ କରି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ସାଧାରଣ ଲୋକେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଦିନ ଦ୍ୱିପ୍ରହରରେ ଆକ୍ରମଣ କରାଯାଇ ଲୁଟ୍‌ କରାଯାଉଥିବା ବେଳେ ପୁଲିସ ଅଭିଯୁକ୍ତଙ୍କ ଟେର ପାଉନି। ତେଣୁ ପୁଲିସ ଉପରୁ ସାଧାରଣ ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି।



from Odisha Reporter https://ift.tt/330f8TQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages