‘କାଫେ କଫି ଡେ’ର ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 30, 2019

‘କାଫେ କଫି ଡେ’ର ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରଯାଇଛି। ନିଖୋଜ ହେବାର ଦୁଇ ଦିନ ପରେ ଆଜି କର୍ଣ୍ଣାଟକାର ମେଙ୍ଗାଲୁରୁ ସ୍ଥିତ ନେତ୍ରବତୀ ନଦୀରୁ ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌। ବ୍ୟବସାୟରେ କ୍ଷତି ହେଉଥିବା ବେଳେ ବାରମ୍ୱାର ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ଚଢ଼ଉ ଯୋଗୁ ସେ ଆତ୍ମହତ୍ୟା କରିଥିବା ଏକ ଚିଠିରୁ ଜଣାପଡ଼ିଛି। ଏହି ଚିଠି ସିଦ୍ଧାର୍ଥ ତାଙ୍କ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ।

ନେତ୍ରବତୀ ବ୍ରିଜ୍‌ରୁ ସିଦ୍ଧାର୍ଥ ନିଖୋଜ ହୋଇଥିବାରୁ ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ପୁଲିସ୍‌ ପ୍ରଥମରୁ ସନ୍ଦେହ କରିଥିଲା। ଏହାପରେ ଉଭୟ ପୁଲିସ୍‌ ଏବଂ ତଟରକ୍ଷା ବାହିନୀ କର୍ମଚାରୀଙ୍କ ଉଦ୍ୟମରେ ନେତ୍ରବାଦୀ ନଦୀରୁ ସିଦ୍ଧାର୍ଥଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ନେଇ ଦକ୍ଷିଣ କନ୍ନଡର ଡେପୁଟି କମିଶନର ଶଶିକାନ୍ତ ସେନଥିଲ କହିଛନ୍ତି।

ସିଦ୍ଧାର୍ଥଙ୍କ ଡ୍ରାଇଭର ବସ୍‌ଭରାଜ ପାଟିଲ କହିଛନ୍ତି, ସୋମବାର ସେ (ସିଦ୍ଧାର୍ଥ) ମେଙ୍ଗାଲୁରୁ ଆସିଥିଲେ। ଏହାପରେ ସେ ନେତ୍ରବତୀ ବ୍ରିଜ୍‌ର ଶେଷ ମୁଣ୍ଡକୁ ଗାଡ଼ି ନେବାକୁ କହିଥିଲେ। କାର୍ ସେଠାରେ ପହଞ୍ଚିବା ପରେ ସେ ଓହ୍ଲାଇଥିଲେ। କିନ୍ତୁ କିଛି ସମୟ ପରେ ଆଉ ତାଙ୍କ ଦେଖା ମିଳି ନଥିଲା।”

ସୂଚନାଯୋଗ୍ୟ, ଭିଜି ସିଦ୍ଧାର୍ଥ ହେଉଛନ୍ତି କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଏସ୍.ଏମ୍. କ୍ରିଷ୍ଣାଙ୍କ ଜ୍ୱାଇଁ।

ସିଦ୍ଧାର୍ଥଙ୍କ ଶେଷ ଚିଠି

ଦୁଇ ଦିନ ତଳେ ସିଦ୍ଧାର୍ଥ ନିଖୋଜ ହେବା ନେଇ ଖବର ମିଳିଥିଲା। ଏହାପୂର୍ବରୁ ସିଦ୍ଧାର୍ଥ ତାଙ୍କ କମ୍ପାନୀ ‘କାଫେ କଫି ଡେ’ର ବୋର୍ଡ ସଦସ୍ୟ ଓ କର୍ମଚାରୀଙ୍କୁ ଏକ ଭାବପୂର୍ଣ୍ଣ ଚିଠି ଲେଖିଥିଲେ।

ସେ ଲେଖିଥିଲେ, “ମୁଁ ଜଣେ ଉଦ୍ୟୋଗପତି ଭାବେ ବିଫଳ ହୋଇଛି। ଦୀର୍ଘ ସମୟ ହେଲା ବିଭିନ୍ନ ସମସ୍ୟା ସହ ଲଢ଼ୁଥିଲି, କିନ୍ତୁ ଏବେ ମୁଁ ଏତେ ଚାପ ଆଉ ସମ୍ଭାଳି ପାରୁନାହିଁ। ମୁଁ ସବୁ କିଛି ଛାଡ଼ିଦେବାକୁ ସ୍ଥିର କରିଛି। ଜଣେ ପାର୍ଟନର ମୋ ଉପରେ ଶେଆର ଫେରାଇ ନେବାକୁ ବାରମ୍ବାର ଚାପ ପକାଉଛନ୍ତି। ୬ ମାସ ତଳେ ମୁଁ ମୋର ଜଣେ ବନ୍ଧୁଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଉଧାର ଆଣିଥିଲି। ମୁଁ ଏବେ ଏତେ ବଡ଼ ପରିମାଣର ଋଣ ପରିଶୋଧ କରିପାରୁନାହିଁ।”

ଏଥିସହ ଆୟକର ବିଭାଗର ଅଧିକାରୀମାନେ ତାଙ୍କ କମ୍ପାନୀକୁ ସିଲ୍‌ କରିବା ପାଇଁ ବାରମ୍ବାର ଚାପ ପକାଇବା ସହ ହଇରାଣ କରୁଥିଲେ ବୋଲି ସିଦ୍ଧାର୍ଥ ତାଙ୍କ ‘ଶେଷ’ ଚିଠିରେ ଉଲ୍ଲେଖ କରିଛନ୍ତି।



from Odisha Reporter https://ift.tt/2YwbhOZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages