କାବୁଲ୍‌କୁ ପୁଲିସ୍‌ ମାରିଲା ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 16, 2019

କାବୁଲ୍‌କୁ ପୁଲିସ୍‌ ମାରିଲା ଗୁଳି

ଜୟପୁର(ଟି.ଗୌରିଶଙ୍କର): ଜୟପୁର ଟାଉନ ଥାନା ଅନ୍ତର୍ଗତ ହାତୀଶାଳ ଛକରେ ପୁଲିସ୍‌ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ କାବୁଲ୍‌ ଖରା ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କାବୁଲ୍‌ ନିକଟରୁ ଗୋଟିଏ ପିସ୍ତଲ ଓ କାର୍‌ ଜବତ କରାଯାଇଛି। ତା’ ନାଁରେ ଜୟପୁର ଟାଉନ, ଜୟପୁର ସଦର, ବୋରିଗୁମ୍ମା ଓ ନବରଙ୍ଗପୁର ଥାନାରେ ମାମଲା ରହିଛି। ଆଜି ଭୋର୍‌ ପ୍ରାୟ ସାଢ଼େ ୪ଟା ବେଳେ ଏହି ଏନକାଉଣ୍ଟର ହୋଇଥିଲା।

ସୂଚନା ଅନୁଯାୟୀ, କାବୁଲ୍‌ ହାତୀଶାଳ ଛକରେ ଥିବା ନେଇ ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ପୁଲିସ୍ ସେଠାରେ ପହଞ୍ଚି ତାକୁ ଧରିବାକୁ ଉଦ୍ୟମ କରିଥିଲା। ତେବେ କାବୁଲ୍‌ ପୁଲିସ୍ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ପ୍ରୟାସ କରିଥିଲା। ପୁଲିସ୍ ଏହାର ଜବାବ ଦେଇଥିଲା। ପୁଲିସ୍ ତା’ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲା। ଏଥିରେ କବୁଲ୍‌ ଆହତ ହୋଇଥିଲା। ସେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ମଧ୍ୟ କରୁଥିଲା ବୋଲି ସୂଚନା ରହିଛି।



from Odisha Reporter https://ift.tt/2LXhNHC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages