ସୁପର୍ ଓଭର୍‌ ଟାଇ ବିବାଦ: ସଚିନ୍ ଦେଲେ ‘ବିକଳ୍ପ’ ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 16, 2019

ସୁପର୍ ଓଭର୍‌ ଟାଇ ବିବାଦ: ସଚିନ୍ ଦେଲେ ‘ବିକଳ୍ପ’ ପରାମର୍ଶ

ନୂଆଦିଲ୍ଲୀ: ଏଥର କ୍ରିକେଟ୍ ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍‌କୁ ନେଇ ବିବାଦ ଥମିବାର ନାଁ ନେଉଁ ନାହିଁ। ବିଶେଷ କରି ସୁପର୍ ଓଭର୍‌ରେ ମ୍ୟାଚ୍ ଟାଇ ହେବା ପରେ ଯେଉଁଭଳି ଭାବେ ସର୍ବାଧିକ ବାଉଣ୍ଡ୍ରୀ ଯୋଗୁ ଇଂଲଣ୍ଡକୁ ବିଜୟୀ ଘୋଷଣା କରାଗଲା, ତାକୁ ଅନେକ ଗ୍ରହଣ କରି ପାରି ନାହାନ୍ତି। ଏଥିରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଅଛନ୍ତି। ଏହି ନିୟମ ତାଙ୍କୁ ସନ୍ତୁଷ୍ଟ କରି ପାରି ନଥିବା ବେଳେ ସେ ଏହାର ଏକ ବିକଳ୍ପ ପରାମର୍ଶ ଦେଇଛନ୍ତି।

ସଚିନ୍ ପରାମର୍ଶ ଦେଇ କହିଛନ୍ତି, ଯଦି ସୁପର୍ ଓଭର୍‌ ବି ଟାଇ ହେଉଛି, ତା’ହେଲେ ଆଉ ଏକ ସୁପର ଓଭର୍ ଖେଳାଯାଉ ଓ ସେଥିରେ ଯେଉଁ ଦଳ ଅଧିକ ରନ୍ କରୁଛି, ତାକୁ ବିଜୟୀ ଘୋଷଣା କରାଯାଉ।

ସେ ଆହୁରି କହିଛନ୍ତି, କେବଳ ବିଶ୍ୱକପ୍‌ ପାଇଁ ଏ ନିୟମ ନ କରି, ସବୁ ମ୍ୟାଚ୍ ପାଇଁ ଏହି ବ୍ୟବସ୍ଥା କରାଯାଉ। କାରଣ ସବୁ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ।

ରୋହିତ ଶର୍ମା ଓ ଯୁବରାଜ ସିଂହ ମଧ୍ୟ ଟ୍ୱିଟ୍ କରି ଏଭଳି ନିୟମ ବଦଳିବା ଦରକାର ବୋଲି କହିଛନ୍ତି। ରୋହିତ କହିଛନ୍ତି, କ୍ରିକେଟ୍‌ ଏମିତି କିଛି ନିୟମ ରହିଛି, ଯେଉଁଗୁଡ଼ିକୁ ଗୁରୁତ୍ୱର ସହିତ ବିଚାର କରିବା ଆବଶ୍ୟକ।



from Odisha Reporter https://ift.tt/2XMsDYp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages