ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାମ ବ୍ୟସ୍ତତା ମଧ୍ୟରେ ରହି କିଛି ସମୟ ବିଶ୍ରାମ ନେଇ ନ ପାରିଲେ, କ୍ଲାନ୍ତି ଅନୁଭବ କରିବା ସହ ଆପଣଙ୍କ ମୁହଁ ମଧ୍ୟ ଡ୍ରାଏ ଦେଖାଯିବ । ଚେହେରାର ଚମକ କେଉଁଆଡେ ହଜିଯିବ। ଏହାବ୍ୟତୀତ ଯଦି ରାତିରେ ନିଦ ଠିକ୍ ଭାବେ ନ ହେବ ତା’ ହେଲେ ଆପଣଙ୍କ ଆଖି ଲାଲ ଲାଲ ଦେଖାଯିବା ସହ ଦିନ ସାରା ଥକାପଣ ଅନୁଭବ କରିବେ। ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବେ ନ ହେଲେ ଏହାର ପ୍ରଭାବ ମଧ୍ୟ ମୁହଁରେ ଦେଖାଯାଇଥାଏ। କିନ୍ତୁ ଯଦି ଆପଣ କିଛି ଟିପ୍ସ ଫଲୋ କରିବେ ତା ହେଲେ ଗ୍ଲୋଇଂ ସ୍କିନ ପାଇପାରିବେ।
ଆମେ ଯେପରି ଆବଶ୍ୟକ ପାଣି ପିଇ ଶରୀରକୁ ହାଇଡ୍ରେଡ କରିଥାଉ, ସେହିପରି ସ୍କିନକୁ ବି ହାଇଡ୍ରେଡ କରିବା ଦ୍ୱାରା ଏହାର ଚମକପଣ ବଢିଥାଏ। ସ୍କିନ୍କୁ ହାଇଡ୍ରେଡ କରିବା ଲାଗି ଆପଣ ଚାହିଁଲେ ଏକ ଭଲ ଫେସ୍ ଅଏଲ ମସାଜ କରି ପାରିବେ।
ଯେତେବେଳେ ଅନୁଭବ କରିବେ ଯେ, ଆପଣଙ୍କ ତ୍ୱଚାର ଚମକ କମିବାକୁ ବସିଲାଣି, ସେତେବେଳେ ହେଭି ଫାଉଣ୍ଡେସନ ଜାଗାରେ ଲାଇଟ୍ ବେସ୍ର ଫାଉଣ୍ଡେସନ ଲଗାନ୍ତୁ। ସ୍କିନ୍ ଟୋନର ମସାଜ ତିଆରି କରିବା ଲାଗି ଆପଣ ଚାହିଁଲେ ସିସି କ୍ରିମ୍ କିମ୍ୱା ଟିଟେଣ୍ଡ ମଶ୍ଚରାଇଜର ବ୍ୟବହାର କରିପାରିବେ।
ଆପଣଙ୍କ ସ୍କିନ୍କୁ ସୁସ୍ଥ ରଖିବାକୁ ହଲକା ବ୍ଲଶ୍ ଲଗାଇ ପାରିବେ। ଏଥିଲାଗି ସ୍କିନ୍କୁ ମ୍ୟାଚ କଲା ପରି ନ୍ୟାଚୁରାଲ ଶେଡ ବ୍ୟବହାର କରନ୍ତୁ ଓ ଏହାକୁ ମୁହଁରେ ଭଲ ଭାବେ ଲଗାନ୍ତୁ।
ଯଦି ଆପଣଙ୍କ ନିଦ ପୂରା ହେଉ ନାହିଁ ଆଉ ଆଖି ଲାଲ ପଡିଯାଉଛି, ତା’ ହେଲେ ଆଖିରେ ରିଫ୍ରେଶିଂ ଆଇ ଡ୍ରପ୍ ପକାନ୍ତୁ। ଏହାବ୍ୟତୀତ ଆଖିର ୱାଟରଲାଇନରେ ନ୍ୟୁଡ୍ କଲରର ଆଇଲାଇନର ବ୍ୟବହାର କରିପାରିବେ। ଏହାଦ୍ୱାରା ଆପଣଙ୍କ ଆଖି ଆଉ ଝାଉଁଳିବା ପରି ଲାଗିବ ନାହିଁ।
from Odisha Reporter https://ift.tt/2RRILkX
No comments:
Post a Comment