୩ ଗାଁକୁ ପଶିଲା ଜୁଆର ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 1, 2019

୩ ଗାଁକୁ ପଶିଲା ଜୁଆର ପାଣି

କୋଣାର୍କ(ସଞ୍ଜୟ ପତି):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ଅନ୍ତର୍ଗତ ଶିଶୁ ପଞ୍ଚାୟତର ଉଦୟକଣି ଠାରେ ସାମୁଦ୍ରିକ ଜୁଆର ପାଣି ପଶି ନିକଟସ୍ଥ ତିନୋଟି ଗାଁକୁ ଜଳମଗ୍ନ କରିଛି। ସାମୁଦ୍ରିକ ଲୁଣାପାଣି ମାଡ଼ିବା ଦ୍ୱାରା ଚାଷ ଜମିରେ ରବି ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି କରିଛି।

ସମୁଦ୍ରକୂଳରେ ଝାଉଁ ଜଙ୍ଗଲର ଅବକ୍ଷୟ ଯୋଗୁ ଗାଁ ଗଣ୍ଡାକୁ ସୁରକ୍ଷା ଦେଉଥିବା ବାଲି ସ୍ତୁପ ଧ୍ୱଂସ ପାଇବା ପରେ ଅନେକ ସମୟରେ ଶହେ ମିଟର ଓସାରରେ ସାମୁଦ୍ରିକ ଜୁଆର ପାଣି ଗାଁ ଗହୀରକୁ ମାଡି ଚାଷ ଜମିକୁ କ୍ଷତିଗ୍ରସ୍ତ କରୁଛି। ଆଗକୁ ଲଘୁଚାପ ଜନିତ ସାମୁଦ୍ରିକ ଜୁଆର ଆଖପାଖ ଉଦୟକଣି ସମେତ ଛେନୁ , କଟକଣା ଓ ତଣ୍ଡାହାର ପ୍ରଭୁତି ଗାଁ ଗୁଡିକ ପ୍ରତି  ବିପଦ ସୃଷ୍ଟି କରିଛି।



from Odisha Reporter https://ift.tt/2NrvIbi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages