ଡ୍ୟାମ ଭୁଶୁଡ଼ି ୬ ମୃତ, ୨୩ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 2, 2019

ଡ୍ୟାମ ଭୁଶୁଡ଼ି ୬ ମୃତ, ୨୩ ନିଖୋଜ

ବମ୍ବେ: ଲଗାଣ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବମ୍ବେରୁ ୨୫୦ କି.ମି ଦୂର  ତଥା ଆରବ ସାଗର ନିକଟବର୍ତ୍ତୀ ରତ୍ନଗିରି ଜିଲ୍ଲାରେ ଥିବା ତିୱାରେ ଡ୍ୟାମ ବନ୍ଧ ଭାଙ୍ଗି ଯାଇ ବ୍ୟାପକ କ୍ଷୟକ୍ଷତି ଘଟିଛି ।  ଏଥିଯୋଗୁ ୭ଟି ଗାଁ ଜଳମଗ୍ନ ହୋଇଯାଇଛି।  ହଠାତ୍ ପାଣି ମାଡ଼ି ଆସିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଯାଇଛି । ୨୩ରୁ ଊର୍ଦ୍ଧ୍ୱ ଲୋକ ନିଖୋଜ ଥିବା ଖବର ମିଳିଛି ।  ବନ୍ୟା ସୁଅରେ ପ୍ରାୟ ୧୨ରୁ ଅଧିକ କୋଠା ଧସି ଯାଇ ପାଣିରେ ଭାସି ଯାଇଛି।

ବିପନ୍ନଙ୍କୁ ଉଦ୍ଧାର କରିବା ଲାଗି ଘଟଣାସ୍ଥଳରେ ଏନଡିଆରଏଫ, ଅଗ୍ନିଶମ ବିଭାଗ ସହ ଅନ୍ୟ ଉଦ୍ଧାରକାରୀ ଟିମ୍ ପହଞ୍ଚିଛନ୍ତି । ସର୍ଚ୍ଚ ଏବଂ ରେସ୍କ୍ବୁ ଅପରେସନ୍ ଜୋରଦାର କରାଯାଇଛି। ଡ୍ୟାମ ପାର୍ଶ୍ୱ ଅଞ୍ଚଳରୁ ବିପନ୍ନଙ୍କୁ ଉଦ୍ଧାର  କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି।



from Odisha Reporter https://ift.tt/2XiK9OH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages