ମୁମ୍ବାଇ: ଆପଣ କେବେ ଚଳନ୍ତା ଟ୍ରେନ୍ ଆଗରେ ଚେୟାର୍ ପକାଇ ବସିବା କଥା ଭାବିଛନ୍ତି। ହେଲେ ଏପରି ଦୁଃସାହସ କରିଛନ୍ତି ଜଣେ ବ୍ୟକ୍ତି। ଆଉ ତାଙ୍କ ଉପର ଦେଇ ଟ୍ରେନ୍ଟି ଚାଲି ମଧ୍ୟ ଯାଉଛି।
ଆମର ଏହି କଥା ଆପଣଙ୍କୁ ଫିଲ୍ମର ସିନ୍ ଭଳି ଲାଗୁଥିବ। କିନ୍ତୁ ଏହି ଭିଡିଓ ଦେଖିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
Anyone know how this is possible? Or is it a camera edit trick! Whatever, it’s amazing. pic.twitter.com/1RAv1UW1fZ
— Rishi Kapoor (@chintskap) June 30, 2019
ବଲିଉଡ୍ ଅଭିନେତା ଋଷି କପୁର୍ ସବୁବେଳେ ସୋଶାଲ୍ ମିଡିଆରେ ଆକ୍ଟିଭ୍ ରୁହନ୍ତି। ୩୦ ଜୁନ୍ରେ ଋଷି କପୁର୍ ଏହି ଭିଡିଓ ଶେଆର୍ କରିଥିଲେ।
ଭିଡିଓରେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତି ଟ୍ରେନ୍ ଲାଇନ୍ ଉପରେ ଚେୟାର୍ ପକାଇ ବସୁଛନ୍ତି । ଆଉ ଟ୍ରେନ୍ ତାଙ୍କ ଉପର ଦେଇ ଚାଲିଯାଉଛି। ଆଉ କିଛି ସମୟ ପରେ ବ୍ୟକ୍ତି ଜଣଙ୍କ ଟ୍ରେନ୍ ଭିତରୁ ବାହାରୁଛନ୍ତି। ତାଙ୍କର ଟିକେ ହେଲେ ବି କ୍ଷତି ହୋଇନାହିଁ।
ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ, ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଯାଦୁଗର। ଲୋକମାନେ ତାଙ୍କ ଯାଦୁ ଦେଖିବାକୁ ବହୁତ ଭଲ ପାଆନ୍ତି। ଏହି ଭିଡିଓକୁ ଋଷି କପୁର୍ ଶେଆର୍ କରି ଲେଖିଛନ୍ତି, ‘କେହି ଜାଣିଛନ୍ତି ଏହା କିପରି ସମ୍ଭବ? ଏହାକୁ କ୍ୟାମେରା ଟ୍ରିକ୍ କୁହନ୍ତୁ ବା ଆଉ କିଛି । କିନ୍ତୁ ଭିଡିଓଟି ପୁରା ସାନ୍ଦାର୍ ହୋଇଛି’। ଅନେକ ଲୋକ ଏହି ଭିଡିଓ ଦେଖିବା ସହ ଲାଇକ୍ ମଧ୍ୟ କରିଛନ୍ତି।
from Odisha Reporter https://ift.tt/2J5E2JG
No comments:
Post a Comment