ପାଟକୁରାରେ ଭୋଟିଂ ପରେ ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 20, 2019

ପାଟକୁରାରେ ଭୋଟିଂ ପରେ ଉତ୍ତେଜନା

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ପାଟକୁରା ବିଧାନସଭା ଲାଗି ମତଦାନ ଗତ କାଲି ଶେଷ ହୋଇଯାଇଛି। ମାତ୍ର ନିର୍ବାଚନରେ ବ୍ୟବହୃତ VVPAT ଖୋଲାଥିବା ଅଭିଯୋଗରେ ଗତ ରାତିରେ କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା।

ଘଟଣାରୁ ଜଣାଯାଇଛି, ନିର୍ବାଚନ ଶେଷ ହେବା ପରେ କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ୍ ଓ VVPAT ରଖିବା ପାଇଁ ପୋଲିଂ ଅଧିକାରୀ ପହଞ୍ଚିଥିଲେ। ମାତ୍ର ସେଠାରେ VVPAT ଖୋଲାଥିବା ଅଭିଯୋଗ ହୋଇଥିଲା। ପରିସ୍ଥିତି ଏପରି ଅସମ୍ଭାଳ ହୋଇଥିଲା କି ପୋଲିଂ ଅଧିକାରୀ ବିଚିତ୍ର କୁମାର ଦାସ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ। ପରେ ପ୍ରଶାସନିକ ଅଧିକାରୀ, ନିର୍ବାଚନ କମିଶନଙ୍କ ଅଧିକାରୀ, ପୋଲିଂ ଅଧିକାରୀ ଏବଂ ଏଜେଣ୍ଟଙ୍କ ସମ୍ମୁଖରେ ଇଭିଏମ୍, ଭିଭିପାଟ୍ ଯାଞ୍ଚ  ହୋଇଥିଲା। ଏହାପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।



from Odisha Reporter https://ift.tt/2XURf0V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages