ଆବଶ୍ୟକ ସାମଗ୍ରୀ
କୋରା ପନିର୍, ପିଆଜ, ଗାଜର, ବିନ୍, କ୍ୟାପ୍ସିକମ୍, ମେଥି, ଲୁଣ, ବ୍ରେଡ୍, କଟା ହୋଇଥିବା ଅଦା ଓ ରସୁଣ, ଧନିଆ ପତ୍ର, ଗୋଲ ମରିଚ, ଗରମ ମସଲା, କର୍ଣ୍ଣଫ୍ଲୋର୍, ବେସନ, ତେଲ, କର୍ଣ୍ଣ, ଜିରା ପାଉଡର୍ ଏବଂ ଆଇସ୍କ୍ରିମ୍ କାଠି।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ କୋରା ହୋଇଥିବା ପନିର୍, କଟା ପିଆଜ, କଟା ଗାଜର, ବିନ୍, କ୍ୟାପ୍ସିକମ୍, କଟା ଅଦା ଓ ରସୁଣ, ଗରମ ମସଲା, ଜିରା ପାଉଡର୍, ଗୋଲ ମରିଚ ଗୁଣ୍ଡ, ମେଥିପତ୍ର, କଟା ଧନିଆ ପତ୍ର, ଗୁଣ୍ଡ କରାଯାଇଥିବା ବ୍ରେଡ୍ ଏବଂ ଲୁଣ ପକାଇ ଭଲରେ ଚକଟି ଦିଅନ୍ତୁ।
ଏବେ ଏହି ଗୋଳା ଯାଇଥିବା ପନିର ମସଲାକୁ ଗୋଲ୍ ଗୋଲ୍ କରି ସେଥିରେ ଆଇସ୍କ୍ରିମ୍ କାଠି ଭର୍ତ୍ତି କରି ଦିଅନ୍ତୁ। ଏହାପରେ ଏକ ପାତ୍ରରେ କର୍ଣ୍ଣଫ୍ଲୋର୍, ବେସନ, ଗୋଲମରିଚ ଗୁଣ୍ଡ, ଲୁଣ ଏବଂ ଅଳ୍ପ ପାଣି ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ।
ଏବେ ଗ୍ୟାସ୍ରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ପୂର୍ବରୁ ଆଇସ୍କ୍ରିମ୍ କାଠିରେ ଲଗାଇ ରଖିଥିବା ପନିର୍ ମସଲାକୁ କର୍ଣ୍ଣଫ୍ଲୋର୍ ଘୋଳରେ ବୁଡ଼ାଇ ତା’ଉପରେ କର୍ଣ୍ଣକୁ ଲଗାଇ ତେଲରେ ଛାଣନ୍ତୁ।
ଛାଣି ସାରିଲା ପରେ ପ୍ରସ୍ତୁତ ହେଇଯିବ ଆପଣଙ୍କର କ୍ରିପ୍ସି କର୍ଣ୍ଣ ପନିର୍। ଏହାକୁ ଟମାଟୋ ସସ୍ କିମ୍ବା ଚଟଣି ସହ ଖାଇଲେ ସ୍ୱାଦିଷ୍ଟ ଲାଗିଥାଏ।
from Odisha Reporter https://ift.tt/2JQrs06
No comments:
Post a Comment