ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାରଙ୍କ ଅଧିନରେ ଥିବା ଗୋଶାଳରେ ୮ଟି ଗାଈର ମୃତ୍ୟୁ ଘଟିଛି। ଏଥିପାଇଁ ସରକାରୀ ଅଧିକାରୀଙ୍କୁ ଦାୟୀ କରି ୮ ଜଣ ଅଧିକାରୀଙ୍କୁ ନିଲମ୍ୱିତ କରିଛନ୍ତି ଯୋଗୀ ସରକାର।
ଅଯୋଧ୍ୟା ଓ ମିରଜାପୁରରେ ଥିବା ସରକାରୀ ଗୋଶାଳରେ ଗାଈ ଗୁଡ଼ିକ ଥିଲେ। ଏଥିପାଇଁ ସରକାରଙ୍କୁ ତରଫରୁ ପଶୁ ଡାକ୍ତର ସାଙ୍ଗକୁ ଆବଶ୍ୟକ କର୍ମଚାରୀ ନିଯୁକ୍ତ କରାଯାଇଥିଲା। ହେଲେ ଡାକ୍ତରଙ୍କ ଚିକିତ୍ସାର ଅଭାବ ଏବଂ ଗାଈ ଗୁଡିକର ଯତ୍ନ ନେବା ପାଇଁ ନିଯୁକ୍ତ ଅଧିକାରୀଙ୍କ ସଚେତନାର ଅଭାବରୁ ୮ଟି ଗାଈର ମୃତ୍ୟୁ ଘଟିଛି ବୋଲି ସରକାର କହିଛନ୍ତି। କାରଣ ମୃତ ୮ ଗାଈ ମଧ୍ୟରୁ କିଛି ଘଡ଼ଘଡ଼ି କାରଣରୁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗାଈ ଗୁଡ଼ିକ ରୋଗରେ ପଡ଼ି ମୃତ୍ୟୁ ଘଟିଛି।
ଏହାପରେ ରାଜ୍ୟ ସରକାର ସମସ୍ତ ଗୋଶାଳର ସ୍ଥିତି ବାବଦରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେବା ସହିତ ସରକାରୀ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି।
୨୦୧୭ରେ ଉତ୍ତର ପ୍ରଦେଶରେ ଯୋଗି ସରକାର ଆସିବା ପରେ ଗୋ ସୁରକ୍ଷା ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି।
from Odisha Reporter https://ift.tt/2lipooW
No comments:
Post a Comment