ଟିକ୍‌ଟକ୍‌ରେ ଛାଇଯାଇଛନ୍ତି ବିରାଟ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 21, 2019

ଟିକ୍‌ଟକ୍‌ରେ ଛାଇଯାଇଛନ୍ତି ବିରାଟ୍‌!

ନୂଆଦିଲ୍ଲୀ: କ୍ରିକେଟ୍‌ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଜଲୱା କିଏ ବା ନଦେଖିଛି। କିନ୍ତୁ ଟିକ୍‌ଟକ୍‌ରେ ବି ଛାଇ ଯାଇଛନ୍ତି ବିରାଟ। ଦ୍ୱନ୍ଦ୍ୱରେ ପଡ଼ିଗଲେ କି? ନା, ଆମେ ଏଠି କ୍ରିକେଟର ବିରାଟ କୋହଲିଙ୍କ ବିଷୟରେ କହୁନୁ। ଆମେ କହୁଛୁ ଗୌରବ ଅରୋରାଙ୍କ ବିଷୟରେ, ଯିଏ ଦେଖିବାକୁ ବିରାଟଙ୍କ ପରି।  ଟିକ୍‌ଟକ୍‌ରେ ତାଙ୍କର ୪୦ ଲକ୍ଷରୁ ଅଧିକ ଫଲୋଅର୍ ଅଛନ୍ତି। ସେ ଶେଆର କରୁଥିବା ଭିଡିଓ ଗୁଡ଼ିକୁ ଲକ୍ଷ ଲକ୍ଷ ଲାଇକ୍ ମିଳୁଛି।

ବିରାଟଙ୍କ ଭଳି ଦେଖା ଯାଉଥିବା ଗୌରବଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ତାଙ୍କ ମୁହଁ ବିରାଟଙ୍କ ମୁହଁ ସହିତ ପ୍ରାୟ ମିଶି ଯାଉଥିବାରୁ ଅନେକ ଲୋକ ତାଙ୍କୁ ଫଲୋ କରୁଛନ୍ତି। ସେ ବିରାଟଙ୍କ ଭଳି ଦାଢ଼ି ବି ରଖିଛନ୍ତି।

ଗୌରବ ଅଧିକାଂଶ ସମୟରେ ଟିମ୍‌ ଇଣ୍ଡିଆର ଜର୍ସି ପିନ୍ଧି ଟିକ୍‌ଯକ୍‌ ଭିଡିଓ ପ୍ରସ୍ତୁତ କରୁଛନ୍ତି। ବେଳେବେଳେ ତାଙ୍କ ସାଙ୍ଗମାନଙ୍କ ସହ ଭିଡିଓ କରି ସେ ପୋଷ୍ଟ୍‌ କରୁଛନ୍ତି। ତାଙ୍କ ଭିଡିଓଗୁଡ଼ିକ ଲୋକଙ୍କୁ ବେଶ୍ ପସନ୍ଦ ବି ଆସୁଛନ୍ତି।

 



from Odisha Reporter https://ift.tt/2Y8qBge

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages