ପୁରୀରେ ପହଣ୍ଡି ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 3, 2019

ପୁରୀରେ ପହଣ୍ଡି ଆରମ୍ଭ

ପୁରୀ(ଓଡ଼ିଶା ରିପୋର୍ଟର): ରଥଯାତ୍ରା ପାଇଁ ପୁରୀରେ ପହଣ୍ଡି ବିଜେ ଆରମ୍ଭ ହୋଇଯାଇଛି। ପ୍ରଥମେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇଛି। ତାଙ୍କୁ ପହଣ୍ଡି କରି ରଥକୁ ଅଣାଯାଇଛି। ତାଙ୍କ ପରେ ଶ୍ରୀବଳଭଦ୍ର ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଛି। ପହଣ୍ଡି କରି ପ୍ରଭୁ ରଥକୁ ଆସୁଛନ୍ତି। ଏହାପରେ ଦେବୀ ଶୁଭଦ୍ରାଙ୍କ ପହଣ୍ଡି ହେବ। ଶେଷରେ ଆସିବେ କାଳିଆ ଠାକୁର।

ଆଜି ନିର୍ଦ୍ଧାରିତ ସମୟର ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଛି। କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ସକାଳ ୯ଟା ୩୦ରେ ପହଣ୍ଡି ବିଜେ ଆରମ୍ଭ ହୋଇଥାଆନ୍ତା।

ଆଜି ସକାଳୁ ଶ୍ରୀଜିଉଙ୍କ ନୀତିକାନ୍ତି ଠିକ୍ ସମୟରେ ଆରମ୍ଭ ହୋଇ ଠିକ୍ ସମୟରେ ଶେଷ ହୋଇଥିଲା। ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ଅବକାଶ ନୀତି ଶେଷ ହେବା ପରେ ଗୋପାଳ ବଲ୍ଲଭ ଓ ଖେଚୁଡ଼ି ଭୋଗ କରାଯାଇଥିଲା।

 



from Odisha Reporter https://ift.tt/2NrpPuH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages