ଏ ନନ୍ଦିଘୋଷ ରଥକୁ ତିଆରି କରି ଚର୍ଚ୍ଚାରେ ରୁବେଲାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 3, 2019

ଏ ନନ୍ଦିଘୋଷ ରଥକୁ ତିଆରି କରି ଚର୍ଚ୍ଚାରେ ରୁବେଲାଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାରିଧାମ ମଧ୍ୟରୁ ପୁରୀର ଶ୍ରୀ ଜଗନ୍ନାଥ ଧାମ ଅନ୍ୟତମ। ଆଉ ସବୁ ଯାତ୍ରା ମଧ୍ୟରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସବୁଠୁ ଅଲଗା। ସବୁବେଳେ କାଳିଆକୁ ଦର୍ଶନ କରିବାକୁ ଭକ୍ତ ମନ୍ଦିରକୁ ଯାଉଥିବା ବେଳେ ବର୍ଷକୁ ଥରେ କାଳିଆ ସାଆନ୍ତ ଭକ୍ତଙ୍କୁ ଦର୍ଶନ କରିବାକୁ ଭାଇଭଉଣୀଙ୍କ ସହ ମନ୍ଦିର ବାହାରକୁ ଆସିଥାନ୍ତି।  ଆଷାଢ଼ ଶୁକ୍ଳ ପକ୍ଷ  ଦ୍ୱିତୀୟା ତିଥିରେ ବଡ଼ ଭାଇ ବଳଭଦ୍ର ଓ ଭଗିନୀ ସୁଭଦ୍ରାଙ୍କୁ ଧରି ଶ୍ରୀଗୁଣ୍ଡିଚା ଅଭିମୁଖେ ବାହାରି ପଡ଼ନ୍ତି  ଜଗତର ନାଥ ଜଗନ୍ନାଥ। ସେ ହଲିଦୋହଲି ରାଜକୀୟ ବେଶରେ ଶ୍ରୀମନ୍ଦିର ରତ୍ନ ବେଦୀରୁ ଜନ୍ମସ୍ଥାନ  ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି।

ବଡ଼ ଠାକୁର କାଳିଆ ସାଆନ୍ତ ନନ୍ଦିଘୋଷ ଚଢ଼ି ଗୁଣ୍ଡିଚା ମନ୍ଦିର ଯାଆନ୍ତି। ଭକ୍ତ ଓ ଭଗବାନଙ୍କ ମିଳନର ଏହି ମହା ଜାଗତିକ ଦୃଶ୍ୟ ପ୍ରତିବର୍ଷ ଦେଖିବାକୁ ମିଳିଥାଏ। ପୁରୀ ବ୍ୟତୀତ ସାରା ଦେଶରେ ଅନେକ ସ୍ଥାନରେ ରଥ ଟଣା ହୋଇଥାଏ। ରଥରେ ହୋଇଥିବା କଳାକୃତି ମଧ୍ୟ ଭିନ୍ନ ଏବଂ ଦେଖିବାକୁ ଖୁବ ସୁନ୍ଦର ଓ ଆକର୍ଷଣୀୟ ଲାଗିଥାଏ। ଜଣେ ଯୁବକ ଅନନ୍ୟ କଳାକୃତି ଥିବା ଏପରି ଏକ ରଥ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।

ସେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ତିଆରି କରିଛନ୍ତି।  ତାହା ଦେଖିବାକୁ ଅବିକଳ ଜଗନ୍ନାଥଙ୍କ ରଥ ପରି।  ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷରେ ଯେପରି ୧୬ଟି ଚକ ଥାଏ। ଏହି ନନ୍ଦିଘୋଷରେ ମଧ୍ୟ ୧୬ଟି ଚକ ରହିଛି। ରଙ୍ଗ ମଧ୍ୟ ସମାନ  ରହିଛି।  ରଥରେ କପଡ଼ାର ରଙ୍ଗ ମଧ୍ୟ ସମାନ।

ମାତ୍ର ଆଶ୍ଚର୍ଯ୍ୟର କଥା ଏହି ରଥର ଓଜନ ହେଉଛି ମାତ୍ର ୬୫ ଗ୍ରାମ୍‌। ଏହି ଅନ୍ୟନ କଳାକୃତି କରିଥିବା ଯୁବକ ଜଣଙ୍କ ନାମ ହେଉଛି ରୁବେଲାଲ୍‌ ପ୍ରଧାନ। ଘର ତାଙ୍କର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପକଣ୍ଠ କୁରୁମଟାପ ଗାଁରେ। ରଘୁନାଥ ପ୍ରଧାନ ଏବଂ କୁମୁଦିନୀ ପ୍ରଧାନଙ୍କର ରୁବେଲା ହେଉଛନ୍ତି ଦ୍ୱିତୀୟ ସନ୍ତାନ।

୩.୫  ଇଞ୍ଚ ଉଚ୍ଚତାର ଏହି ରଥ ତିଆରି କରିବା ପାଇଁ ତାଙ୍କୁ ୧୬ ଘଣ୍ଟା ସମୟ ଲାଗିଥିଲା। ରଥରେ ବସିଥିବା ଜଗନ୍ନାଥଙ୍କ ଉଚ୍ଚତା ଏକ ଇଞ୍ଚରୁ ମଧ୍ୟ କମ୍‌ ରହିଛି। ରଥରେ ୨ଟି ଓଲଟ ଶୁଆ, ସାରଥୀ ଓ ଘୋଡ଼ା ମଧ୍ୟ ସେ ଲଗାଇଛନ୍ତି। ସହଜେ କେହି ବିଶ୍ୱାସ କରିପାରିବେନି ଯେ, ଏତେ କମ୍‌ ଓଜନରେ ମଧ୍ୟ ରଥ ନିର୍ମାଣ ସମ୍ଭବ।

ରୁବେଲାଲ୍‌ ଜଣେ ବାଲୁକା ଶିଳ୍ପୀ  ଭାବେ ଆଠମଲ୍ଲିକ ଅଞ୍ଚଳରେ ଜଣାଶୁଣା। ବାଲୁକା କଳା ପାଇଁ ତାଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି। ସେ ବାଲୁକା କଳା ମାଧ୍ୟମରେ ବେଟି ବଜାଓ ବେଟି ପଢ଼ାଓ, କ୍ଲିନ୍‌ ଏନ୍‌ଭାରମେଣ୍ଟ ଓ ଗିଭ୍‌ ବ୍ଲଡ୍‌ ସେଭ୍‌ ଲାଇଫ୍‌ ଭଳି ଅନେକ ବାର୍ତ୍ତା ଦେଇଛନ୍ତି।

ରୁବେଲାଲ୍‌ ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡରେ ସ୍ଥାନ ପାଇବା ପାଇଁ ଏହି ରଥ ନିର୍ମାଣ କରିଥିବା କହିଛନ୍ତି।  ପୂର୍ବରୁ  ୪.୫ ଇଞ୍ଚ ଉଚ୍ଚତା ବିଶିଷ୍ଟ ରଥ ଲିମକା ବୁକ୍‌ ଅଫ୍‌ ରେକର୍ଡ ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିଲା। ଏହି ରେକର୍ଡକୁ ଭାଙ୍ଗି ସେ ୩.୫ ଇଞ୍ଚ ଉଚ୍ଚତାର ରଥ ନିର୍ମାଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

 



from Odisha Reporter https://ift.tt/30au9QA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages