ଆଜିଠାରୁ ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍ ଚାମ୍ପିଅନ୍‌ସିପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 16, 2019

ଆଜିଠାରୁ ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍ ଚାମ୍ପିଅନ୍‌ସିପ୍‌

କଟକ(ଓଡ଼ିଶା ରିପୋର୍ଟର): ଆଜିଠାରୁ କଟକରେ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍ ଚାମ୍ପିଅନ୍‌ସିପ୍‌। ଏଥିରେ ଭାରତ ସମେତ ୧୨ଟି ଦେଶ ଭାଗ ନେଉଛନ୍ତି। ପୁରୁଷ ବିଭାଗରେ ଇଂଲଣ୍ଡ ଟିମ୍‌ର ପଲା ଭାରି ଭାରି ରହିଥିବା ବେଳେ ମହିଳା ବିଭାଗରେ ସିଙ୍ଗାପୁର ଟିମ୍ ବେଶ୍‌ ଶକ୍ତିଶାଳୀ ବୋଲି କୁହାଯାଉଛି।

ଏହି ଚାମ୍ପିଅନ୍‌ସିପ୍‌ରେ ଭଲ ପ୍ରଦର୍ଶନ କରିବା ସହ ଅଧିକ ସ୍ୱର୍ଣ୍ଣ ପଦକ ପାଇବ ବୋଲି ଆଶା କରିଛନ୍ତି ଭାରତୀୟ ଦଳର ଦୁଇ ଷ୍ଟାର ଖେଳାଳି ଶରତ କମଲ ଓ ମନିକା ବାତ୍ରା।

ଏହି ଚାମ୍ପିଅନ୍‌ସିପ୍‌ ପାଇଁ କଟକକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଇଣ୍ଡୋର ଷ୍ଟାଡିୟମ୍‌ ପରିସରରେ ୧୦ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ରହିବେ। ସକାଳ ୯ଟାରୁ ରାତି ୧୦ଟା ଯାଏ ମ୍ୟାଚ୍‌ ହେବାକୁ ଥିବାରୁ ୨ଟି ସିଫ୍ଟରେ ପୁଲିସ୍‌ ସୁରକ୍ଷା ଦାୟିତ୍ୱରେ ରହିବେ। ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କଟକର ଖ୍ରୀଷ୍ଟିଆନ ପଡ଼ିଆ ଓ ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି।



from Odisha Reporter https://ift.tt/2xOPXp1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages