ସିଂହ ଶିକାର ପରେ ପାଖରେ ବସି ପରସ୍ପରକୁ ଚୁମ୍ବନ ଦେଲେ: ଟ୍ରଲ୍‌ ହେଲେ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 16, 2019

ସିଂହ ଶିକାର ପରେ ପାଖରେ ବସି ପରସ୍ପରକୁ ଚୁମ୍ବନ ଦେଲେ: ଟ୍ରଲ୍‌ ହେଲେ ଦମ୍ପତି

ନୂଆଦିଲ୍ଲୀ:  ବନ୍ୟଜନ୍ତୁ ଶିକାର ଭାରତରେ ଏକ ବଡ଼ ଅପରାଧ ଭାବେ ଗଣାଯାଏ। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଲାଗି କଠୋର ଦଣ୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି।  କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ସାଉଥ ଆଫ୍ରିକା, ଜିମ୍ବାୱେ, ନାମ୍ବିଆ ପରି ଦେଶରେ ପଶୁ, ପକ୍ଷୀ ଶିକାର କରିବା ଅପରାଧ ବୋଲି ବିବେଚନା କରାଯାଏ ନାହିଁ।  ଫଳରେ ସେଠାରେ ଅବାଧରେ ଚାଲିଛି ପଶୁ ଶିକାର। କିଛି ଦିନ ପୂର୍ବେ ସାଉଥ ଆଫ୍ରିକାରେ ଏପରି ଏକ  ଘଟଣା ସାମନାକୁ ଆସିଥିବା ବେଳେ ବିଭିନ୍ନ ଦେଶର ବିଭିନ୍ନ ବର୍ଗର ଲୋକ ଏହାକୁ କଡ଼ା ସମାଲୋଚନା କରିଛନ୍ତି।

କ୍ୟାନାଡାରୁ ସାଉଥ ଆଫ୍ରିକା ବୁଲିବାକୁ ଆସିଥିବା ଏକ ଦମ୍ପତି ‘ଲେଗେଲେଲେ ସଫାରୀ ଭ୍ରମଣ କରିବାକୁ ଆସି ଏକ ସିଂହ ଶିକାର କରିଥିଲେ। ତା’ପରେ ସେମାନେ ମୃତ ସିଂହ ପାଖରେ ଉଭୟ ପରସ୍ପରକୁ ଚୁମ୍ବନ କରିଥିଲେ। ଏହି ମୁହୂର୍ତ୍ତର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଏହି ଦମ୍ପତି ଟ୍ରୋଲ୍‌ର ଶିକାର ହୋଇଛନ୍ତି।

ସୂତ୍ରରୁ ଜଣାପଡିଛି, ସାଉଥ ଆଫ୍ରିକା ବୁଲି ଯାଉଥିବା ପର୍ଯ୍ୟଟକଙ୍କୁ ଜଙ୍ଗଲରେ ବୁଲିବା ସହ ସେ ଠାରେ ଥିବା ପଶୁ, ପକ୍ଷୀଙ୍କୁ ଶିକାର ଲାଗି ଅନୁମତି ମିଳିଥାଏ।  ‘Legelela Safaris’ ନାମକ ଏକ ପର୍ଯ୍ୟଟନ ସଂସ୍ଥା ପକ୍ଷରୁ  ଏହି ଫଟୋ ତାଙ୍କ ଅଫିସିଆଲ ଫେସବୁକ୍‌ ପେଜରେ ଛଡ଼ା ଯାଇଥିଲା। କିନ୍ତୁ ଏହାକୁ ନେଇ ପ୍ରତିବାଦ ସ୍ୱର ଉଠିବା ପରେ ଉକ୍ତ କମ୍ପାନୀ ପକ୍ଷରୁ ଏହାକୁ ପେଜରୁ ହଟାଇ ଦିଆଯାଇଛି।

ହେଲେ ପଶୁ ଶିକାର କରିଥିବା ଏହି ଦମ୍ପତି କିନ୍ତୁ ଏଭଳି କାମ ଲାଗି ଆଦୌ ଦୁଃଖିତ ନୁହନ୍ତି ବୋଲି କହିଛନ୍ତି। ବରଂ ଏଭଳି ଦୁଃସାହସିକ କାର୍ଯ୍ୟ ପାଇଁ ସେମାନେ ବହୁ ଟ୍ରଫି ଜିତିଥିବା ଜଣାଇଛନ୍ତି। ପ୍ରତି ବର୍ଷ ସେମାନେ ଛୁଟି କାଟିବାକୁ ଆସି ଏପରି  ଭାବେ ପଶୁ ଶିକାର କରିଥାନ୍ତି । ଏହା ସେମାନଙ୍କ ଦେଶ ଲାଗି ଗର୍ବ ଓ ଗୌରବର ବିଷୟ ବୋଲି  ମଧ୍ୟ ସେମାନେ କହିଛନ୍ତି।

ଏହି ପଶୁମାନେ ଚିଡ଼ିଆଖାନାରେ ରହି ଆସିଥିବା ବେଳେ ସେମାନଙ୍କୁ ଶିକାର କରିବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି  ବହୁ ସୋଶାଲ ମିଡିଆ ବ୍ୟବହାରକାରୀ ପୋଷ୍ଟ କରିଛନ୍ତି।



from Odisha Reporter https://ift.tt/2LToqed

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages