ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତ ରବିବାରଠାରୁ ଅଗଷ୍ଟ ୩ ତାରିଖ ଯାଏ ନକ୍ସଲମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ହେଲେ ଏହାକୁ ଆଦିବାସୀ କମିଟି ନାମକ ଏକ ସଂଗଠନ ବିରୋଧ କରିଛି। ଗତକାଲି ଏହି ସଙ୍ଗଠନ ଓଡ଼ିଶା ସୀମାନ୍ତ ହାଟରେ ଅସ୍ଥାୟୀ ଶାନ୍ତି ସ୍ତୁପ ନିର୍ମାଣ କରିବା ସହ ନକ୍ସଲଙ୍କୁ ବିରୋଧ କରି ପୋଷ୍ଟର ମାରିଛନ୍ତି। ଏଥିରେ ନକ୍ସଲ ଇନଫର୍ମର ନାମରେ ମରିଥିବା ସାଧାରଣ ଲୋକଙ୍କ ନାଁ ରହିଛି।
ନକ୍ସଲଙ୍କ ସହିଦ ଦିବସ ଚାଲିଥିବା ବେଳେ ଲାଲଗଡ଼ରେ ପ୍ରଥମ ଥର ପାଇଁ ବିରୋଧ କରାଯାଇଛି। ନକ୍ସଲମାନେ ସହିଦ ସପ୍ତାହ ପାଳନ ଅବସରରେ ପୋଷ୍ଟର ଓ ବ୍ୟାନର ଲଗାଇ ସାଧାରଣ ଲୋକଙ୍କୁ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି।
from Odisha Reporter https://ift.tt/2LMOU1R
No comments:
Post a Comment