ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଣ୍ଡା ସିଝାଇବା ପାଇଁ ଗ୍ୟାସ୍ ଚୁଲିରେ ବସାଇବା ପରେ ଏହାକୁ ଓହ୍ଲାଇବା ପାଇଁ ବେଳେ ବେଳେ ଆମେ ଭୁଲି ଯାଇଥାଉ। ଆପଣଙ୍କ ସହିତ ମଧ୍ୟ ଏପରି ଅନେକଥର ହୋଇଥିବ। ଅଧିକ ସମୟ ଚୁଲିରେ ବସିବା ଯୋଗୁ ଅଣ୍ଡା ବହୁତ ଅଧିକ ସିଝି ଯାଇଥାଏ। ଏହା ପରେ ବି ଆମେ ସେହି ଅଣ୍ଡାକୁ ଖାଇଥାଉ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଅଧିକ ସିଝିଥିବା ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଆସନ୍ତୁ ଜାଣିବା ଅଣ୍ଡା ଅଧିକ ସିଝିଗଲେ କ’ଣ କ୍ଷତି ହୋଇଥାଏ।
ଯେତେବେଳେ ଆପଣ ଅଣ୍ଡା ସିଝାଇଥାନ୍ତି ସେହି ସମୟରେ ଅଣ୍ଡାର ଧଳା ଅଂଶରୁ ‘ହାଇଡ୍ରୋଜେନ୍ ସଲଫାଇଡ୍’ ନାମରେ ଟକ୍ସିକ୍ ଗ୍ୟାସ ବାହାରିଥାଏ। ଅଣ୍ଡାକୁ ଅଧିକ ସିଝାଇଲେ ହିଁ ଏହି ଗ୍ୟାସ ବାହାରିଥାଏ। ଅଧିକ ସିଝିଯିବା ଯୋଗୁ ଲକ୍ଷ୍ୟ କରିବେ କେଶରରେ ସବୁଜ ରଙ୍ଗର ଏକ ପରଦା ସୃଷ୍ଟି ହୋଇଥାଏ। ମନେ ରଖନ୍ତୁ ଏପରି ହୋଇଥିବା ଦେଖିଲେ ସେହି ଅଣ୍ଡାକୁ ଖାଇବା ଉଚିତ୍ ନୁହେଁ।
ଏପରି କାହିଁକି ହୋଇଥାଏ, ଜାଣନ୍ତୁ।
‘ହାଇଡ୍ରୋଜେନ୍ ସଲଫାଇଡ୍’ ଗ୍ୟାସର ଉତ୍ପତ୍ତି ଅଣ୍ଡାର ଧଳା ଅଂଶରୁ ହୋଇଥାଏ। ଅଣ୍ଡାର ଧଳା ଅଂଶରେ ଥିବା ପ୍ରୋଟିନ୍ରେ ‘ସଲଫର୍’ ରହିଥାଏ, ଯାହା ପରେ ହାଇଡ୍ରୋଜେନ୍ ସହିତ ମିଶି ଏକ କ୍ଷତିକାରକ ଗ୍ୟାସରେ ପରିଣତ ହୋଇଥାଏ। ଅଣ୍ଡାର ଧଳା ଅଂଶ ଗରମ ହେବା ମାତ୍ରେ ଏହି ଗ୍ୟାସ କେଶର ଭିତରକୁ ଚାଲିଯାଇଥାଏ।
ଅଣ୍ଡାର କେଶରରେ ଆଇରନ୍ ରହିଛି ଏବଂ ଏହି ଆଇରନ୍ ହାଇଡ୍ରୋଜେନ୍ ସଲଫାଇଡ୍ ସହିତ ମିଶି ‘ଆଇରନ୍ ସଲଫାଇଡ୍’ରେ ପରିଣତ ହୋଇଥାଏ। ଯାହା ଯୋଗୁ ଅଣ୍ଡାର କେଶର ଉପରେ ଏକ ସବୁଜ ଆବରଣ ସୃଷ୍ଟି ହୋଇଥାଏ। ଆପଣ ଅଣ୍ଡାକୁ ଯେତେ ଅଧିକ ସିଝାଇଥାନ୍ତି ଏହି ସବୁଜ ଆବରଣ ସେତେ ଅଧିକ ଗାଢ଼ ହୋଇଥାଏ।
ଏଥିପାଇଁ ଅଧିକ ସିଝି ଯାଇଥିବା ଅଣ୍ଡାକୁ ଥଣ୍ଡା ପାଣିରେ ପକାଇବା ପାଇଁ ପରାମର୍ଶ ଦିଆଯାଇଥାଏ। ଏହାପରେ ହିଁ ଏହି ଅଣ୍ଡା ଖାଇବା ଉପଯୁକ୍ତ ହୋଇଥାଏ। ସବୁଜ ପରଦା ପଡ଼ିଥିବା ଅଣ୍ଡାର କେଶର ଖାଇଲେ କ’ଣ କ୍ଷତି ହୋଇଥାଏ, ଜାଣିଛନ୍ତି ? ଅଣ୍ଡା ଅଧିକ ସିଝିଯିବା ପରେ ଏଥିରୁ ଯେଉଁ ଗ୍ୟାସ ବାହାରିଥାଏ, ତାହା ବିଷାକ୍ତ। ଏହା ଆପଣଙ୍କୁ ଅସୁସ୍ଥ କରିଦେଇ ପାରେ, ତେଣୁ ଏହାକୁ ଖାଆନ୍ତୁ ନାହିଁ। ଯଦି ଏଭଳି ଅଣ୍ଡା ଖାଇବା ପରେ କୌଣସି ସମସ୍ୟା ଦେଖାଦିଏ, ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
from Odisha Reporter https://ift.tt/3337jgj
No comments:
Post a Comment