ଘରେ ରଖନ୍ତୁ ‘ଫେଙ୍ଗ୍‌ ସୁଇ’ର ମନି ପ୍ଲାଣ୍ଟ୍‌ ‘କ୍ରାସୁଲା’, ଦୂର ହେବ ନକାରାତ୍ମକ ଶକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 1, 2019

ଘରେ ରଖନ୍ତୁ ‘ଫେଙ୍ଗ୍‌ ସୁଇ’ର ମନି ପ୍ଲାଣ୍ଟ୍‌ ‘କ୍ରାସୁଲା’, ଦୂର ହେବ ନକାରାତ୍ମକ ଶକ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ବାସ୍ତୁଶାସ୍ତ୍ର ପରି ଚିନ ବାସ୍ତୁଶାସ୍ତ୍ରରେ ଫେଙ୍ଗସୁଇର ଅନେକ ମହତ୍ତ୍ୱ ରହିଛି। ଯେଉଁ ପ୍ରକାର ବାସ୍ତୁଶାସ୍ତ୍ରରେ ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଉପାୟ କୁହାଯାଇଛି। ଠିକ୍‌ ସେହିପରି ଚିନ ବାସ୍ତୁଶାସ୍ତ୍ରର ଫେଙ୍ଗ୍‌ସୁଇରେ ମଧ୍ୟ ଆପଣଙ୍କ ଘରେ ଧନ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଅନେକ ଉପାୟ କୁହାଯାଇଛି।

ଘରେ ଟଙ୍କାର ଅଭାବ ଦୂର କରିବା ପାଇଁ ଫେଙ୍ଗ୍‌ସୁଇରେ ମନି ପ୍ଲାଣ୍ଟ ଲଗାଇବା ପାଇଁ କୁହାଯାଇଛି। କିନ୍ତୁ ବହୁତ କମ୍‌ ଲୋକଙ୍କୁ ଏହା ଜଣାଅଛି ଯେ, ମନି ପ୍ଲାଣ୍ଟ୍‌ ମଧ୍ୟରେ ଏକ ଉପକାରୀ ପ୍ଲାଣ୍ଟ୍‌ ହେଉଛି ‘କ୍ରାସୁଲା ପ୍ଲାଣ୍ଟ୍‌’।
ଆସନ୍ତୁ ଜାଣିବା ଫେଙ୍ଗ୍‌ସୁଇର ‘କ୍ରାସୁଲା ପ୍ଲାଣ୍ଟ୍‌’ ଘରେ ରଖିବା ଦ୍ୱାରା କେଉଁ ସବୁ ଲାଭ ହୋଇଥାଏ।

୧. ‘କ୍ରାସୁଲା ଗଛ’କୁ ମନି ପ୍ଲାଣ୍ଟ୍‌ ଭାବରେ ଫେଙ୍ଗ୍‌ସୁଇରେ ‘ମନି ଟ୍ରି’ ବୋଲି କୁହାଯାଇଥାଏ। ଚିନ ବାସ୍ତୁଶାସ୍ତ୍ରରେ ଏହାର ଅନେକ ମହତ୍ତ୍ୱ ରହିଛି।

୨. ଏହି ଗଛ ଦେଖିବାକୁ ଛୋଟ, ସୁନ୍ଦର ଏବଂ ସବୁଜ ରଙ୍ଗର ହୋଇଥାଏ। ଫେଙ୍ଗ୍‌ସୁଇ ଅନୁସାରେ ଏହାକୁ ଘରେ ରଖିଲେ ଏହାର ପ୍ରଭାବ ଖୁବ୍‌ ଶୀଘ୍ର ପଡ଼ିଥାଏ। ଏହା ସହିତ ଏହି ମନିପ୍ଲାଣ୍ଟ୍‌ ବଢ଼ିବା ପାଇଁ ବହୁତ କମ୍‌ ପାଣିର ଆବଶ୍ୟକତା ପଡ଼ିଥାଏ।

୩. ଏହି ଗଛକୁ କୌଣସି ଫୁଲକୁଣ୍ଡ କିମ୍ୱା ମାଟିରେ ଲଗାଇ ଦିଅନ୍ତୁ। ଦେଖିବେ ଏହି ଗଛ ଆପେ ଆପେ ତା’ର ବଂଶବୃଦ୍ଧି କରିବ। ଏହାକୁ ଆପଣ ଖରା କିମ୍ୱା ଛାଇ, ଯେ କୌଣସି ସ୍ଥାନରେ ରଖିପାରିବେ।

୪. ଫେଙ୍ଗ୍‌ସୁଇର ଏହି ମନି ପ୍ଲାଣ୍ଟ୍‌ ବିଷୟରେ  ବିଶ୍ୱାସ ରହିଛି ଯେ, ଏହି ଗଛ ଆପଣଙ୍କ ଗୃହରୁ ନକାରାତ୍ମକ ଶକ୍ତିକୁ ବାହାର କରି ସକାରାତ୍ମକ ଶକ୍ତିର ପ୍ରବେଶ କରାଇଥାଏ।

୫. ଏହି ଗଛକୁ ଆପଣ ଘରର ମୁଖ୍ୟ ଦ୍ୱାରର ଡାହାଣ ପାର୍ଶ୍ୱରେ ଲଗାନ୍ତୁ। ଚିନ ବାସ୍ତୁଶାସ୍ତ୍ର ଅନୁସାରେ ଏହା ଘରେ ରଖିଲେ ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ।



from Odisha Reporter https://ift.tt/303PR8N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages