ନୂଆଦିଲ୍ଲୀ: ଆମେରିକାର କଲରାଡୋରେ ଏକ କଳା ଭାଲୁ ଖାଦ୍ୟ ଅନ୍ୱେଷଣରେ ଆସି ଏକ ବଡ଼ ଅଳିଆ ଡବାକୁ ନେଇ ଚାଲି ଯାଉଥିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଅଳିଆ ଡବାଟି ଏକ ଡିସ୍ପେନ୍ସାରୀର ପଛପଟେ ରଖା ଯାଇଥିଲା। ଭିଡିଓରେ ଦେଖିବାକୁ ମିଳିଛି ଯେ, ଭାଲୁଟି ଏହି ଅଳିଆ ଡବାକୁ ଖୋଲିବାକୁ ପ୍ରାୟାସ କରୁଛି। କିନ୍ତୁ ସେ ତାକୁ ଖୋଲିବାରେ ବିଫଳ ହୋଇଛି। ଏହା ପରେ ସେ ପୂରା ଡବାକୁ ନେଇ ଚାଲି ଯାଉଛି।
ଏହି ଭିଡିଓଟିକୁ କଲରାଡୋ ପାର୍କସ୍ ଆଣ୍ଡ ୱାଇଲ୍ଡଲାଇଫ୍- ନର୍ଥଇଷ୍ଟ୍ ରିଜିଅନ୍ ପକ୍ଷରୁ ଶେୟାର କରାଯାଇଛି। ସେମାନେ ଏହି ଭିଡିଓକୁ ଟ୍ୱିଟ୍ରରେ ପୋଷ୍ଟ୍ କରି ଲେଖିଛନ୍ତି, ଏହି ଭାଲୁକୁ ପୁରସ୍କାର ମିଳିବ ନାହିଁ। ଅନ୍ୟ ଜଣେ କହିଛନ୍ତି ଯେ, ଭାଲୁଟିର ଭାଗ୍ୟ ଭଲ ନଥିଲା। କାରଣ ସେ ଅଳିଆ ଡବାଟିକୁ ଖୋଲି ପାରି ନଥିଲା।
କଲରାଡୋ ପାର୍କସ୍ ଆଣ୍ଡ ୱାଇଲ୍ଡଲାଇଫ୍ର ମୁଖପାତ୍ର ଜ୍ୟାସନ୍ କ୍ଲେ କହିଛନ୍ତି, ଭାଲୁ ଖାଦ୍ୟ ପାଇବା ପାଇଁ ସହର ଭିତରକୁ ଏଭଳି ପଳାଇ ଆସିବା ଘଟଣାକୁ ରୋକିବା ପାଇଁ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡ଼ିବ। ଏହା କୌଣସି ଜଣେ ବ୍ୟକ୍ତି ଅଥବା ଗୋଟିଏ ପରିବାରର ଦାୟିତ୍ୱ ନୁହେଁ। ଯଦି ଏହାର ପ୍ରତିକାର କରା ନଯାଏ, ତା’ହେଲେ ମଣିଷ-ଭାଲୁ ଲଢ଼େଇ ଭଳି ବିପଜ୍ଜନକ ସ୍ଥିତି ଉପୁଜିପାରେ।
from Odisha Reporter https://ift.tt/2ye4gDy
No comments:
Post a Comment