ଶୀଘ୍ର କରଜମୁକ୍ତ ହେବାକୁ ଚାହୁଁଛନ୍ତି, ଏଇ ବାରରେ ଫେରାନ୍ତୁ ଅର୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 25, 2019

ଶୀଘ୍ର କରଜମୁକ୍ତ ହେବାକୁ ଚାହୁଁଛନ୍ତି, ଏଇ ବାରରେ ଫେରାନ୍ତୁ ଅର୍ଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ଅନୁସାରେ ଖର୍ଚ୍ଚକୁ ସୀମିତ ରଖିବାକୁ ପ୍ରାୟ ସମସ୍ତେ ଚେଷ୍ଟା କରନ୍ତି। ହେଲେ ବେଳେ ବେଳେ ସ୍ଥିତି ଏମିତି ଉପୁଜେ ଯେ, ଲୋକେ କରଜ କରିବାକୁ ବାଧ୍ୟ ହୁଅନ୍ତି। ତେବେ କିଛି କ୍ଷେତ୍ରରେ ଦେଖାଯାଏ, ଘରେ ବାସ୍ତୁ ଦୋଷ ଯୋଗୁ ବାରମ୍ବାର କରଜ କରିବା ଭଳି ସ୍ଥିତି ଉପୁଜିଥାଏ। ତେଣୁ ଏଥିପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ। ସେହିଭଳି କରଜ କରୁଥିବା ଲୋକଙ୍କ ପାଇଁ ବାସ୍ତୁଶାସ୍ତ୍ରରେ କିଛି ପରାମର୍ଶ ରହିଛି, ଯାହାକୁ ପାଳନ କଲେ ସେମାନେ ଶୀଘ୍ର ଋଣ ମୁକ୍ତ ହେବେ ଓ ବାରମ୍ବାର ଆର୍ଥିକ ସଙ୍କଟ ବି ଉପୁଜିବ ନାହିଁ। ତା’ହେଲେ ଆସନ୍ତୁ ଏ ସବୁ ବିଷୟରେ ଜାଣିନେବା।

ମଙ୍ଗଳବାର କରଜ ଅର୍ଥ ଫେରାନ୍ତୁ

ଆପଣ ଯଦି କିସ୍ତିରେ କରଜ ଅର୍ଥ ଫେରାଇବାକୁ ଚାହୁଁଛନ୍ତି, ତା’ହେଲେ ମଙ୍ଗଳବାର ଦିନ ହିଁ ଏହି କାମଟି କରନ୍ତୁ। କାରଣ ବାସ୍ତୁଶାସ୍ତ୍ର ଅନୁଯାୟୀ, ମଙ୍ଗଳବାର କରଜ ଅର୍ଥ ଫେରାଇବା ଦ୍ୱାରା ଆପଣ ଶୀଘ୍ର ଶୀଘ୍ର କରଜମୁକ୍ତ ହେବେ। ଏହାସହ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ମଧ୍ୟ ପଡ଼ିବ।

 

ପାଣିପାତ୍ରର ସ୍ଥାନ ବଦଳାଇ ଦିଅନ୍ତୁ

ଯଦି ଆପଣଙ୍କୁ ବାରମ୍ବାର କରଜ କରିବାକୁ ପଡ଼ୁଛି, କିମ୍ବା କରଜ ଅର୍ଥ ଶୁଝିବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି, ତା’ହେଲେ ଘରେ ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ପାଣିପାତ୍ରର ସ୍ଥାନ ବଦଳାଇ ଦିଅନ୍ତୁ।  ଧ୍ୟାନ ରଖିବେ, ପାଣିପାତ୍ର ସବୁବେଳେ ଘରର ଉତ୍ତର ଦିଗରେ ରହିବା ଉଚିତ୍‌। ଏପରି କରିବା ଦ୍ୱାରା ଆପଣଙ୍କୁ ଅତିଶୀଘ୍ର କରଜରୁ ମୁକ୍ତି ମିଳିଯିବ।

ଦର୍ପଣର ଦିଗ ଉପରେ ଧ୍ୟାନ ଦିଅନ୍ତୁ

ଆପଣ କେବେ ଭାବି ନ ଥିବେ ଯେ, ଘରେ ଥିବା ଦର୍ପଣ ବି କରଜରୁ ମୁକ୍ତି ଦେଇପାରେ। ବାସ୍ତୁ ଅନୁଯାୟୀ, ଆପଣଙ୍କୁ କରଜ ଅର୍ଥ ଶୁଝିବାରେ ଅସୁବିଧା ହେଉଥିଲେ, ଘରେ ତଥା ବ୍ୟବସାୟ ପ୍ରତିଷ୍ଠାନରେ ଥିବା ଦର୍ପଣର ମୁହଁକୁ ବଦଳାଇ ଦିଅନ୍ତୁ।  ଦର୍ପଣକୁ ଉତ୍ତର-ପୂର୍ବ ଦିଗରେ ରଖିଲେ ଏହା ଜଲଦି କରଜରୁ ମୁକ୍ତି ଦେଇଥାଏ। ଏହାସହ ଧ୍ୟାନ ରଖିଥିବେ, ଦର୍ପଣ ହାଲ୍‌କା ଓ ଲମ୍ବା ହୋଇଥିବ। ତା’ସହିତ ଏହାର ବର୍ଡର ହାଲ୍‌କା ସିନ୍ଦୁର ରଙ୍ଗର ହୋଇଥିଲେ ଭଲ। ଏହା ଘରେ ଧନସଂପତ୍ତି ବଢ଼ିବାରେ ବି ସାହାଯ୍ୟ କରେ।

ଦକ୍ଷିଣ-ପଶ୍ଚିମ କୋଣରେ କରନ୍ତୁ ନାହିଁ ପାଇଖାନା

ବାସ୍ତୁ ଅନୁଯାୟୀ, ଘରର ଦକ୍ଷିଣ-ପଶ୍ଚିମ କୋଣରେ ଟଏଲେଟ୍‌ ରହିଥିଲେ ସବୁବେଳେ ଆର୍ଥିକ ସମସ୍ୟା ଦେଖାଯାଏ। ଏହା ଘରର ସଦସ୍ୟଙ୍କୁ କରଜରେ ବୁଡ଼ାଇ ଦେଇଥାଏ। ତେଣୁ ଟଏଲେଟ୍‌କୁ ସବୁବେଳେ ଘରର ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ହିଁ ନିର୍ମାଣ କରନ୍ତୁ। ଏହାଦ୍ୱାରା କରଜ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।



from Odisha Reporter https://ift.tt/2YaH34Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages