ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାସ୍ତୁ ଶାସ୍ତ୍ରରେ ଦିଗଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି। ଘରେ ସଠିକ୍ ଦିଗରେ ସଠିକ୍ ଜିନିଷ ରହିଲେ ଶୁଭ ଫଳ ମିଳେ। ସେଥିପାଇଁ ଘର ନିର୍ମାଣ ବେଳେ ଅନେକ ଲୋକ ବାସ୍ତୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତି। ସେମାନଙ୍କ ପରାମର୍ଶ ଅନୁଯାୟୀ, ଘରର ବିଭିନ୍ନ ପ୍ରବେଶ ପଥର ଦିଗ ଧାର୍ଯ୍ୟ କରନ୍ତି। ଦିଗ ଅନୁଯାୟୀ ଶୋଇବା ଘର, ରୋଷେଇ ଘର, ଠାକୁର ଘର ଓ ବୈଠକ ଗୃହ ନିର୍ମାଣ କରନ୍ତି। ସେହିପରି କୂଅ ଓ ନଳକୂପ ଆଦି ମଧ୍ୟ ସେମାନଙ୍କ ପରାମର୍ଶ ଅନୁସାରେ ଖୋଳନ୍ତି। ଘରେ କେଉଁ ଦିଗରେ କେଉଁ ଜିନିଷ ରଖିବେ ଓ କ’ଣ ନ ରଖିବେ, ତାହା ବି ବୁଝି ନିଅନ୍ତି। କୁହାଯାଏ, ଯଦି ଘରେ ଦିଗଗୁଡ଼ିକରେ ଦୋଷ ଥାଏ, ତେବେ ଏହାର ପ୍ରଭାବ ଘରର ସଦସ୍ୟଙ୍କ ଉପରେ ପଡ଼ିଥାଏ।
– ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ଦକ୍ଷିଣ-ପଶ୍ଚିମ କୋଣରେ ଦୋଷ ଥାଏ, ତା’ହେଲେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇପାରେ। ଏହି କୋଣରେ ଦୋଷ ରହିଲେ, ଘରେ ରହୁଥିବା କୌଣସି ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ହେବାର ଆଶଙ୍କା ଥାଏ। ତେଣୁ ଏହି ଦୋଷକୁ ପ୍ରଥମେ ସୁଧାରି ନେବା ଉଚିତ।
– ଯଦି ଘରର ଉତ୍ତର-ପଶ୍ଚିମ ଦିଗରେ କୂଅ ଥାଏ, ତା’ହେଲେ ଘରର ମୁଖିଆଙ୍କ ଆତ୍ମହତ୍ୟା କରିବାର ଆଶଙ୍କା ଅଧିକ ଥାଏ।
– ଯେଉଁ ଘରେ ପୂର୍ବ ଦିଗରେ ମୁଖ୍ୟ ଦ୍ୱାର ଓ ପୂର୍ବ-ଦକ୍ଷିଣ ଦିଗରେ ପୁଣି ଏକ ଦ୍ୱାର ଥାଏ ଏବଂ ସେହି ଘରର ଈଶାନ କୋଣ କ୍ଷତିଗ୍ରସ୍ତ ଅବସ୍ଥାରେ ଥାଏ, ତେବେ ସେଠାରେ ରହୁଥିବା ସଦସ୍ୟମାନଙ୍କର ହୃଦ୍ଘାତ କିମ୍ବା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବାର ଆଶଙ୍କା ରହେ। ଏହା ସହିତ ଘରର କୌଣସି ସଦସ୍ୟ ଆତ୍ମହତ୍ୟା କରିବାର ବି ଅଧିକ ଆଶଙ୍କା ରହିଥାଏ।
from Odisha Reporter https://ift.tt/2Zlu24P
No comments:
Post a Comment