ବେଦାନ୍ତ ଆଲୁମିନା କାରଖାନାରେ ଦୁର୍ଘଟଣା; ଜଣେ ଶ୍ରମିକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 30, 2019

ବେଦାନ୍ତ ଆଲୁମିନା କାରଖାନାରେ ଦୁର୍ଘଟଣା; ଜଣେ ଶ୍ରମିକ ମୃତ

ଝାରସୁଗୁଡ଼ା ( ଭାଗିରଥି ସାହୁ): ଝାରସୁଗୁଡ଼ା ବେଦାନ୍ତ ଆଲୁମିନା କାରଖାନାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମୁମତାଜ୍ ଖାଁ।

ମୁମତାଜ୍ କାରଖାନାର ରେଲେଓ୍ୱ ସାଇଡିଂରେ ରେଳ ଇଞ୍ଜିନ ଓ ବଗି ସଂଯୋଗ କରୁଥିବା ବେଳେ ମଝିରେ ଚାପି ହୋଇ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡ଼ାର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା।

ତାଙ୍କ ମୃତ୍ୟୁକୁ ନେଇ ବେଦାନ୍ତ କର୍ମଚାରୀମାନେ କାରଖାନାର ୧ ନମ୍ବର ଗେଟ୍ ଆଗରେ ଗତକାଲିଠୁ ଆନ୍ଦୋଳନ ବସିଛନ୍ତି।। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି।

ତେବେ ଏନେଇ ବେଦାନ୍ତ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।



from Odisha Reporter https://ift.tt/2GBro3C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages