କଟକ(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ କଟକରେ ସାଇକୋ କିଲର୍ ଆତଙ୍କ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ତିନି ଜଣଙ୍କୁ ହତ୍ୟା କରିବା ସତ୍ତ୍ୱେ ପୁଲିସ୍ ହାତରେ ପଡ଼ି ନଥିବା ଏହି ସାଇକୋ କିଲର୍ ଗତକାଲି ରାତିରେ ଜଣେ ମହିଳାଙ୍କ ବେକ କାଟି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।
ଆହତ ମହିଳାଙ୍କ ନାଁ ସନ୍ଧ୍ୟା ତରାଇ। କଟକ ଯୋବ୍ରା ମଲା ସାହିରେ ତାଙ୍କ ଘର। କଟକ ବଡ଼ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା କରାଯାଇ ଛାଡ଼ି ଦିଆଯାଇଛି।
ସନ୍ଧ୍ୟାଙ୍କ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ରୋଷେଇ ସାରି ସେ ଘର ଝାଡ଼ୁ ମାରୁଥିଲେ। ସେହି ସମୟରେ ଘର ବାହାରେ କିଛି ଶବ୍ଦ ହୋଇଥିଲା। କ’ଣ ଶବ୍ଦ ହେଲା ଦେଖିବା ପାଇଁ ସେ ବାହାରକୁ ଯାଇଥିଲେ। ସେହି ସମୟରେ ମୁଣ୍ଡରେ ଶାଲ୍ ଘୋଡ଼ାଇ ହୋଇ କେହି ଜଣେ ଠିଆ ହୋଇଥିଲା। ସେ ତାକୁ କିଏ ବୋଲି ପଚାରି ଥିଲେ। ଏହା ପରେ ସେ ହଠାତ୍ ତାଙ୍କ ବେକ କାଟି ଦେଇ ସେଠାରୁ ଦୌଡ଼ି ପଳାଇ ଯାଇଥିଲା।
ସନ୍ଧ୍ୟା ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉକ୍ତ ଦୁର୍ବୃତ୍ତକୁ ଧରିବା ପାଇଁ ଚେଷ୍ଟା କରିଥିଲେ। ତେବେ ସେ ଫେରାର ହୋଇଯିବାରେ ସଫଳ ହୋଇଥିଲା। ଏହା ସେହି ସାଇକୋ କିଲର୍ର କାମ ହୋଇଥିବ ବୋଲି ଲୋକେ ସନ୍ଦେହ କରୁଛନ୍ତି। ଏହି ଘଟଣାକୁ ନେଇ କାଲି ରାତିରେ ଉକ୍ତ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ କଟକ ସହରରେ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ସବୁ ହତ୍ୟାକାଣ୍ଡ ସମାନ ଢଙ୍ଗରେ କରାଯାଇଥିଲା। ସମସ୍ତ ମୃତକ ଦିନ ମଜୁରିଆ ଥିଲେ। ଏହା କୌଣସି ସାଇକୋ କିଲର୍ର କାମ ବୋଲି ପୁଲିସ୍ ସନ୍ଦେହ କରୁଛି। କମିଶନରେଟ୍ ପୁଲିସ୍କୁ ୟା ବିଷୟରେ କିଛି ସୁରାକ୍ ମଧ୍ୟ ମିଳିଛି। ସେ ଜଣେ ଜରି ଗୋଟାଳି ଓ ଏସବୁ ହତ୍ୟାକାଣ୍ଡ ଘଟିବାର କିଛି ଦିନ ତଳେ ସେ କଟକ ବଡ଼ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ବାହାରିଥିଲେ।
from Odisha Reporter https://ift.tt/2ylMtKW
No comments:
Post a Comment