ଆରପିଏଫ ଅଧିକାରୀଙ୍କ ଚିଠି, କଶ୍ମୀରରେ ବିଗିଡିପାରେ ସ୍ଥିତି, ଚାରି ମାସର ସଉଦା କିଣି ଘରେ ରଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 28, 2019

ଆରପିଏଫ ଅଧିକାରୀଙ୍କ ଚିଠି, କଶ୍ମୀରରେ ବିଗିଡିପାରେ ସ୍ଥିତି, ଚାରି ମାସର ସଉଦା କିଣି ଘରେ ରଖ

ଶ୍ରୀନଗର: କଶ୍ମୀରରେ ଲମ୍ୱା ସମୟ ପାଇଁ ଆଇନ ବ୍ୟବସ୍ଥା ଭୁଶୁଡ଼ି ପାରେ। ବଡ଼ଗାମର ରେଳ ସୁରକ୍ଷା ଅଧିକାରୀ(ଆରପିଏଫ୍) ସୁଦେଶ ନୁଗ୍ୟଲ ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ଗତକାଲି ଏକ ଚିଠି ଲେଖି  ଏହା କହିଛନ୍ତି। ଏହାକୁ ନଜରରେ ରଖି ୪ ମାସର ସଉଦା ଆଗୁଆ କିଣି ଆଣି ଘରେ ରଖିବା ପାଇଁ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଚିଠି ଜରିଆରେ ପରାମର୍ଶ ଦେଇଛନ୍ତି। ଯଦି ପାରୁଛ ତାହେଲେ ପରିବାର ଲୋକଙ୍କୁ ଘାଟି ପାର କରି ଅନ୍ୟତ୍ର କେଉଁଠି ରଖି ଆସ ବୋଲି ସେ ଚିଠିରେ ଲେଖିଥିବା ଜଣାପଡ଼ିଛି। ସୋଶାଲ ମିଡିଆରେ ଆରପିଏଫ ଅଧିକାରୀଙ୍କ ଏହି ଚିଠି ଏବେ ଭାଇରାଲ ହୋଇଛି।
ତେବେ ରେଳ ଅଧିକାରୀଙ୍କ ଏହି ଚିଠି ସରକାରୀ ନୁହେଁ ବୋଲି ରେଳ ବୋର୍ଡର ମୁଖପାତ୍ର ସ୍ପଷ୍ଟୀକରଣ ରଖିଛନ୍ତି। ଚିଠି ଲେଖିଥିବା ଅଧିକାରୀଙ୍କର ତଳ ସ୍ତରର କର୍ମଚାରୀଙ୍କୁ କୌଣସି ପରାମର୍ଶ ଦେବାର ଅଧିକାର ନାହିଁ। ସେ ଲେଖିଥିବା ଚିଠିରେ ରେଳ ବୋର୍ଡର ମୁଖ୍ୟ ଅଧିକାରୀଙ୍କ ଦସ୍ତଖତ ମଧ୍ୟ ନାହିଁ। ଚିଠି ଲେଖିଥିବା ଅଧିକାରୀ ପାଠ ପଢ଼ିବା ପାଇଁ ଏବେ ଏକ ବର୍ଷ ପାଇଁ ଛୁଟିରେ ଅଛନ୍ତି ବୋଲି ରେଳ ବୋର୍ଡ ସ୍ପଷ୍ଟୀକରଣରେ କହିଛି।
ସୂଚନାଯୋଗ୍ୟ, ଗତ ରବିବାର କଶ୍ମୀରରେ ଅଧିକ ୧୦ ହଜାର ଯବାନ ମୁତୟନ ହୋଇଛନ୍ତି। ସେହିପରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ବିଭିନ୍ନ ସୁରକ୍ଷା ଅଧିକାରୀଙ୍କ ସହ ଗତ ସପ୍ତାହରେ ଗୁପ୍ତ ବୈଠକ କରିଥିଲେ। ଏହାପରେ କଶ୍ମୀରରେ କୌଣସି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାର ଅନୁମାନ କରାଯାଉଛି।


from Odisha Reporter https://ift.tt/2yq4CHb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages