ଅଭିମାନର ଭାଷା ବୁଝିପାରେ କାଳିଆ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 3, 2019

ଅଭିମାନର ଭାଷା ବୁଝିପାରେ କାଳିଆ…

ଭାବକୁ ନିକଟ ସେ ଅଭାବକୁ ଦୂର। ଭକ୍ତର ଭାବରେ ସେ ବନ୍ଧା। ପ୍ରତିଟି ଓଡ଼ିଆର ପ୍ରାଣର କେନ୍ଦ୍ର ସେହି ଜଗତର ନାଥ ଜଗନ୍ନାଥ। ତାକୁ ନେଇ ପ୍ରତିଟି ଭକ୍ତ ସାଉଁଟିଛି ଅନେକ ସ୍ମୃତି ଆଉ ଅନୁଭୂତି। ଆଉ ମୁଁ ଜଣେ ଓଡ଼ିଆ ଭାବରେ ଜଗନ୍ନାଥଙ୍କ ଅନେକ ଅନୁଭୂତି ମଧ୍ୟରୁ ଗୋଟିଏ ଏଠାରେ ପ୍ରକାଶ କରିବାକୁ ଯାଉଛି।…

ବର୍ଷେ ତଳର କଥା। ସକାଳୁ ସକାଳୁ ବାଇକରୋଶ ଭୁବନେଶ୍ୱରରୁ ଘରକୁ(ତାଳଚେର) ଯାଉଥାଏ। ଘରେ ପହଞ୍ଚିବା ପରେ ସାଙ୍ଗ ଚଗୁଲୁର ଫୋନ‌ ଆସେ। ଅନ୍ୟ ଜଣେ ସାଙ୍ଗ ରିଣ୍ଟୁର ପତ୍ନୀ ଡେଲିଭରି ପାଇଁ ଅନୁଗୁଳର ଏକ ହସ୍‌ପିଟାଲରେ ଭର୍ତ୍ତି ହୋଇଛି। ଡାକ୍ତରଖାନାଟି ଅନୁଗୋଳ ଜଗନ୍ନାଥ ମନ୍ଦିର ଠାରୁ କିଛି ଦୂରରେ । ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲି ଅନୁଗୁଳ। ଚଗୁଲୁ ବି ପହଞ୍ଚି ଯାଇଥାଏ। ରିଣ୍ଟୁଠାରୁ ଜାଣିବାକୁ ପାଇଲୁ ତା’ର ପତ୍ନୀର ଅନେକ ଅସୁବିଧା ରହିଛି ।

ଏକଥା ଶୁଣିବା ମୋର ମନ କେଜାଣି କାହିଁକି ଭଲ ଲାଗିଲାନି। ଇଛା ହେଲା ଜଗନ୍ନାଥଙ୍କ ଦର୍ଶନ ପାଇଁ। ଲାଗିଲା ଯେମିତି କାଳିଆ ଡାକୁଛି! କହୁଛି, ମତେ ଦେଖା କରିବୁନି !

ଏସବୁ ଭାବନା ଭିତରେ ଚଗୁଲୁ ଆସି କହିଲା, ଚାଲ‌ ଜଗନ୍ନାଥ ମନ୍ଦିରରେ ଯିବା, ଆଉ କାଳିଆ ଦର୍ଶନ କରି ମହାପ୍ରସାଦ ଖାଇବା। ହେଲେ ରିଣ୍ଟୁ କହିଲା, ଏବେ ତ ଦ୍ୱିପ୍ରହର ସମୟ। ମହାପ୍ରଭୁଙ୍କର ପହଡ଼ ପଡ଼ିଯାଇଥିବ। ଆଉ ମହାପ୍ରସାଦ ମିଳିବ କି ନାହିଁ ସନ୍ଦେହ। କାରଣ ସେଠାରେ ମହାପ୍ରସାଦ ପାଇଁ ଆଗୁଆ ଅର୍ଡର ରଖାଯାଏ। କିନ୍ତୁ ଏସବୁ ଶୁଣିବା ପରେ ମଧ୍ୟ ମୁଁ ଜିଦ‌ କଲି, ଯିବା ମହାପ୍ରସାଦ ଖାଇବା।
ମୋର ସାଙ୍ଗ ଚଗୁଲୁ ବି କାଳିଆର ପ୍ରିୟ ଭକ୍ତ ଟିଏ। ସେ ବି କହିଲା ଆମେ ଯିବା ଜଗାର ଦର୍ଶନ କରିବା ଆଉ ମହାପ୍ରସାଦ ପାଇବା।

ତିନିହେଁ ବାହାରିଲୁ ଜଗନ୍ନାଥ ମନ୍ଦିର। ସେଠାରେ ପହିଞ୍ଚିବା ପରେ ଯାହା ଆଶଙ୍କା କରୁଥିଲୁ ଠିକ‌ ସେୟା ହେଲା। ମନ୍ଦିରରେ ପହଡ ପଡିଯାଇଥିଲା । ସେତେବେଳେ ମନର ଭୋକ ସହ ପେଟର ଭକି ବି ବଢିଯାଇଥାଏ। ତାପରେ ସିଂହଦ୍ୱାର ନିକଟରେ ପତିତପାବନ ଦର୍ଶନ କଲୁ। ଦର୍ଶନ ସାରି ମହାପ୍ରସାଦ ସେବନ ଗୃହ ଆଡକୁ ଗଲୁ। ହେଲେ ପୂର୍ବରୁ ଅର୍ଡର ଦେଇ ନ ଥିବା ଜାଣି ସେବାୟତ ପ୍ରସାଦ ଦେବାକୁ ସଫା ସଫା ମନା କରିଦେଲେ। ସେତେବେଳକୁ ଦିନ ୩ଟା । ଭୋକରେ ଆଉଟୁପାଉଟୁ ହେଉଥାଉ। ପୁଣି ଥରେ ସେବାୟତଙ୍କୁ ଅନୁରୋଧ କଲୁ, ତିନୋଟି ନହେଲା ନାହିଁ ଗୋଟିଏ ତ ଦିଅନ୍ତୁ। ହେଲେ କିଛି ପ୍ରଭାବ ପଡ଼ିଲାନି। ଏପରିକି ଚଗୁଲୁ କାକୁତି ମିନିତି ହୋଇ ମାଗିଲା ‘ମୁଠାଏ ତ ଅନ୍ନ ଦିଅନ୍ତୁ, ଆମେ ତିନିହେଁ ପାଇନବୁ।’ ତଥାପି ସେ ଶୁଣିଲେନି। ଶେଷରେ ଭାବିଲୁ, ଏଠାରେ ମହାପ୍ରସାଦ ଖାଉଥିବା ଭକ୍ତଙ୍କଠାରୁ ମୁଠାଏ ଅନ୍ନ ମାଗି ପ୍ରସାଦ ପାଇନବୁ। ହେଲେ ଆମକୁ କହିବାକୁ ସାହାସ ହେଲାନି।

ମୁଁ କିନ୍ତୁ ମନେ ମନେ କହୁଥାଏ, ଆରେ କାଳିଆ, ତୋ ଅଗଣାକୁ ଆସି ଆମେ କଣ ଉପାସରେ ଯିବୁ! ତୁ ପରା ଷାଠିଏ ପଉଟିର ମାଲିକ। ତୁ ପରା ଅନ୍ତର୍ଯ୍ୟାମୀ। ଆମେ ଆସିବୁ ବୋଲି ତତେ କ’ଣ ଜଣା ନ ଥିଲା? ମୁଠାଏ ବି ଅନ୍ନ ଆମ ପାଇଁ ରଖିଲୁନି! ଆମ ପଟେ ଭିତରର ଜ୍ୱାଳା କଣ ତତେ ଦେଖା ଯାଉନି। ପୁଣି ଅଭିମାନରେ କହୁଥାଏ, ତୁ ତ ଖାଇ ପିଇ ବେଶ୍ଁ‍ ଆରାମ କରୁଛୁ, ଆମକୁ କାହିଁ ଏତେ କଷ୍ଟ ଦେଉଛୁ!
ଚଗୁଲୁର ମଧ୍ୟ ଅଭିମାନ! କେତେ ଆଶା ନେଇ ମୁଁ ଆସିଥିଲି ମହାପ୍ରାସାଦ ପାଇବି ବୋଲି। ହେଲେ ତୁ ଆମକୁ କଣ ମୁଠାଏ ବି ଅନ୍ନ ଦେବୁନି ?

ଏମିତି ମାନ ଅଭିମାନକୁ ମନ ଭତରେ ରଖି ଉଠିଲୁ। ଗୋଟିଏ ପାଦ ଆଗକୁ ପକାଇଛୁ, ଅନ୍ନପ୍ରସାଦ ରହୁଥିବା ଗୃହ ଭିତରୁ ଗୀତ ଶୁଭିଲା… ଜୟ ଜଗନ୍ନାଥ ସ୍ୱାମୀ, ଜୟ ଜଗନ୍ନାଥ ସ୍ୱାମୀ… (ଏହା ଥିଲା ସେବାୟତର ଫୋନ ରିଙ୍ଗ ଟୋନ୍ଗ‍)। ଏହାପରେ ସେବାୟତ କାହା ସହ କିଛି ପଦ କଥା ହେଲେ।

ହଠାତ୍‌ ପଛରୁ କିଏ ଜଣେ ଡାକିଲା… ରହିଯାଅ… ତୁମର ଖାଦ୍ୟ ଯୋଗାଡ଼ ହୋଇଗଲା।

ଏହା ଶୁଣି ଆମ ଆଶ୍ଚର୍ଯ୍ୟ । ମୋ ଆଖିରେ ତ ଲୁହ ଜକେଇ ଆସିଲାଣି । ଆମେ ସାଙ୍ଗେ ସାଙ୍ଗେ ସେବାୟତକୁ ପଚାରିଲୁ ଖାଦ୍ୟ ସରି ଯାଇଥିଲା କହୁଥିଲ, କେଉଁଠୁ ଆସିଲା? ସେବାୟତ ଜଣଙ୍କ ଉତ୍ତର ଦେଲେ ‘ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଆମ ପାଖକୁ ଫୋନ କରି ୫ଟି ଖାଦ୍ୟ ଅର୍ଡର କରିଥିଲେ। ଏବେ ଫୋନ କରି କହିଲେ ଏଥିରୁ ୩ଟି ଖାଦ୍ୟ ସେ ନେବେ, ଆଉ ୨ଟି ଖାଦ୍ୟ ଅନ୍ୟ କାହାକୁ ଦେଇ ଦେବାକୁ କହିଲେ। ସେହି ଖାଦ୍ୟର ଟଙ୍କା ମଧ୍ୟ ସେ ଦେବେ। ଆଉ ତୁମେ ଏହି ଦୁଇଟି ଖାଦ୍ୟ ନିଅ।

ଏହା ଶୁଣି ଆଖି କଣରେ ଚାପି ହୋଇ ରହିଥିବା ଲୁହ ବହି ଆସିଲା…ମନେ ମନେ କହିଲି ‘ଏ କି ପରୀକ୍ଷାରେ ତୋର କାଳିଆ…’



from Odisha Reporter https://ift.tt/2RWBDEa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages