ପାରାଦୀପ(ରମାକାନ୍ତ ନାୟକ):ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଢିଙ୍କିଆ ଗାଁରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏଥିରେ ସୁଶାନ୍ତ ସାମଲ ନାମକ ଜଣେ ବ୍ୟକ୍ତିଙ୍କୁ ରକ୍ତାକ୍ତ ଆକ୍ରମଣ କରାଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଅଠରବାଙ୍କି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁଶାନ୍ତ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକ ବୋଲି ଜଣାପଡ଼ିଛି।
ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ୩ ତାରିଖରେ ସରପଞ୍ଚ ଏବଂ ୱାର୍ଡ ସଭ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଗତକାଲି ନିର୍ବାଚନ ପ୍ରଚାରର ଶେଷ ଦିନଥିଲା। ତେବେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସପକ୍ଷରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାମାନେ ବିଳମ୍ୱିତ ରାତି ଯାଏ ସାହିକୁ ସାହି ବୁଲି ନିର୍ବାଚନ ପ୍ରଚାର କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏଥିରେ ସୁଶାନ୍ତ ଗୁରୁତର ଆହତ ହୋଇଥିଲେ।
from Odisha Reporter https://ift.tt/2ROf83S
No comments:
Post a Comment