ପୁରୁଣା ଗହଣା ବି ଦେଖାଯିବ ନୂଆ, ଆପଣାନ୍ତୁ ଏହି ସବୁ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 31, 2019

ପୁରୁଣା ଗହଣା ବି ଦେଖାଯିବ ନୂଆ, ଆପଣାନ୍ତୁ ଏହି ସବୁ ଉପାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାରୀ ସବୁବେଳେ ଅଳଙ୍କାର ପ୍ରିୟ। ଏମିତି କେହି ମହିଳା ନ ଥିବେ ଯିଏ ଅଳଙ୍କାର ପ୍ରିୟ ହୋଇ ନଥିବେ। ଏହା କେଉଁ କାଳରୁ ମହିଳାଙ୍କ ପ୍ରିୟ ହୋଇ ରହିଆସିଛି। ସମୟ ସହ ତାଳ ଦେଇ ବଦଳିଛି ଅଳଙ୍କାରର ଲୁକ୍‌ ଓ ଡିଜାଇନ୍‌। ଆଜିକାଲି ମହିଳାମାନେ ବାହାଘର,ବିଭିନ୍ନ ପାର୍ଟି ଓ ଫଙ୍କସନ୍‌କୁ ଗଲା ବେଳେ ଟ୍ରେଣ୍ଡି ଜୁଏଲାରୀ ପସନ୍ଦ କରୁଛନ୍ତି। କିନ୍ତୁ ଅନେକ ଏହାର ସଠିକ୍ ଯତ୍ନ ନେଇ ପାରନ୍ତି ନାହିଁ। ତେଣୁ ଏଗୁଡ଼ିକର ଚମକ ଶୀଘ୍ର ନଷ୍ଟ ହୋଇଯାଏ। ଆଜି ଆମେ ଆପଣଙ୍କୁ ଏ ସମ୍ପର୍କରେ କିଛି ଟିପ୍ସ ଦେବୁ, ଯାହା ଆପଣଙ୍କ ଅଳଙ୍କାରର ଚମକ ଦୀର୍ଘସ୍ଥାୟୀ ହୋଇପାରିବ।

୧-କେବେ ବି ଗହଣା ଉପରେ ପରଫ୍ୟୁମ୍‌ ସ୍ପ୍ରେ କରନ୍ତୁ ନାହିଁ।

୨-ଡାଇମଣ୍ଡକୁ ସ୍ପଞ୍ଜ କିମ୍ବା କଟନ୍‌ ବେସ୍‌ ଥିବା ପ୍ଲାଷ୍ଟିକ ବାକ୍ସରେ ରଖନ୍ତୁ। କାରଣ ଅନ୍ୟ ରସାୟନ ସମ୍ପର୍କରେ ଆସିଲେ ଏହା କଳା ପଡ଼ିଯାଏ।

୩-ଅସଲି ମୋତିକୁ ରେଶମ କପଡ଼ାରେ ଗୁଡ଼ାଇ ରଖିବା ଉଚିତ୍‌। ଅତ୍ୟଧିକ ଗରମ ହେଲେ ଏହାକୁ ପିନ୍ଧନ୍ତୁ ନାହିଁ। କାରଣ ଝାଳ ବାଜିଲେ ଏହାର ଚମକ ହଜି ଯାଇଥାଏ।

୪-ଦାମିକିଆ ଗହଣାକୁ ଗୋଟିଏ ବକ୍ସରେ ରଖିବା ପରିବର୍ତ୍ତେ ଭିନ୍ନ ଭିନ୍ନ ବାକ୍ସରେ ରଖନ୍ତୁ। କାରଣ ଏକ ସାଙ୍ଗରେ ବହୁତ ଗହଣା ରଖିବା ଦ୍ୱାରା ଏଥିରେ ଦାଗ ପଡ଼ିଯାଏ। କିମ୍ବା ପରସ୍ପର ସହ ବାଡ଼େଇ ହୋଇ ଏହା ଭାଙ୍ଗଯିବାର ମଧ୍ୟ ଡର ଥାଏ।

୫-  ଅଳଙ୍କାରକୁ ସାବୁନ କିମ୍ବା ପାଣିରେ ନ ଧୋଇ ଇରେଜର ସହାୟତରେ ସଫା କଲେ ଭଲ।

୬-ନିୟମିତ ବ୍ୟବଧାନରେ ଆପଣ ନିଜ ଆଭୂଷଣକୁ ସଫା କରିବା ଆବଶ୍ୟକ। ଏହାଦ୍ୱାରା ପୁରୁଣା ଗହଣା ବି ଚମକିବ ଆଉ ନୂଆ ପରି ଦିଶିବ।

୭- ସୁନାରେ ନିର୍ମିତ ଗହଣା ବହୁତ ସଫ୍ଟ। ତେଣୁ ଏହାକୁ ରଗଡ଼ି ସଫା କରିବା ପରିବର୍ତ୍ତେ ହାଲକା ଭାବେ ସଫା କରନ୍ତୁ। ଏଥିଲାଗି ଆପଣ ଗହଣା ଦୋକାନୀଙ୍କ ପରାମର୍ଶ ମଧ୍ୟ ନେଇ ପାରିବେ।

୮- କୌଣସି ଭାରି କାମ ଯଥା ବ୍ୟାୟାମ କରୁଥିଲେ, ଘର କାମ କରୁଥିଲେ, ଖାଇବା ପ୍ରସ୍ତୁତ କରୁଥିଲେ ଗହଣା ପିନ୍ଧନ୍ତୁ ନାହିଁ।  ଏହାବ୍ୟତୀତ ଅତ୍ୟଧିକ ଗରମ ହେଉଥିଲେ ବା ପ୍ରଖର ସୂର୍ଯ୍ୟ କିରଣ ପଡ଼ୁଥିଲେ, ରତ୍ନ ପଥର ପିନ୍ଧନ୍ତୁ ନାହିଁ। କାରଣ ଅତ୍ୟଧିକ ଖରାରେ ଏହାର ରଙ୍ଗ ଉଡ଼ିଯାଏ।

୯- କୌଣସି ପାର୍ଟି କିମ୍ବା ଫଙ୍କସନ୍‌କୁ ଯାଉଥିଲେ, ପ୍ରଥମେ ନିଜେ ପ୍ରସ୍ତୁତ ହୋଇଯାଆନ୍ତୁ। ସବୁଠୁ ଶେଷରେ ଗହଣା ପରିଧାନ କରନ୍ତୁ।



from Odisha Reporter https://ift.tt/2YwN1YL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages