‘ରିଲାଏନ୍‌ସ ଜିଓ’ ଦେଶର ସର୍ବବୃହତ୍‌ ଟେଲିକମ୍‌ କମ୍ପାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 27, 2019

‘ରିଲାଏନ୍‌ସ ଜିଓ’ ଦେଶର ସର୍ବବୃହତ୍‌ ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍‌ ଟେଲିକମ୍‌ କମ୍ପାନୀ ହେବାର ଗୌରବ ଅର୍ଜନ କରିଛି ଜିଓ। ମାତ୍ର ତିନି ବର୍ଷରୁ କମ୍‌ ସମୟ ମଧ୍ୟରେ ରିଲାଏନ୍‌ସ ଜିଓ ୩୩୧.୩ ନିୟୁତ ବା ୩୩.୧୩ କୋଟି ଗ୍ରାହକ ହାସଲ କରିବାର ସକ୍ଷମ ହୋଇଛି। ଏଥିସହିତ ଭୋଡାଫୋନ୍‌-ଆଇଡିଆକୁ ପଛରେ ପକାଇ ଦେଶର ସର୍ବବୃହତ୍ ଟେଲିକମ୍ କମ୍ପାନୀ ହୋଇଛି ଜିଓ।

ଜୁନ୍ ୨୦୧୯ ଶେଷ ସୁଦ୍ଧା ଭୋଡାଫୋନ୍‌-ଆଇଡିଆର ଗ୍ରାହକ ସଂଖ୍ୟା ହ୍ରାସ ପାଇ ୩୨ କୋଟିରେ ପହଞ୍ଚିଛି। ଖୋଦ୍‌ କମ୍ପାନୀ ନିଜର ତ୍ରୈମାସିକ ଆର୍ଥିକ ଫଳାଫଳରେ ଏହି ସୂଚନା ଦେଇଛି।

ଉଲ୍ଲେଖଯୋଗ୍ୟ, ନିକଟରେ ରିଲାଏନ୍‌ସ ଇଣ୍ଡଷ୍ଟ୍ରୀଜ୍ ଓ ରିଲାଏନ୍‌ସ ଜିଓ ପକ୍ଷରୁ ଏପ୍ରିଲ୍‌ରୁ ଜୁନ୍‌ ମାସ ଯାଏ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଥିଲା। ଏଥିରେ ଜୁନ୍ ଶେଷ ସୁଦ୍ଧା କମ୍ପାନୀର ମୋବାଇଲ୍ ଗ୍ରାହକ ସଂଖ୍ୟା ବଢ଼ି ୩୩.୧୩ କୋଟିରେ ପହଞ୍ଚିଥିବା କୁହାଯାଇଥିଲା।

ଏହାପୂର୍ବରୁ ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ମେ’ ୨୦୧୯ରେ ପ୍ରକାଶିତ ମୋବାଇଲ୍‌ ଗ୍ରାହକ ସଂଖ୍ୟା ତାଲିକାରେ ଭାରତୀ ଏୟାରଟେଲକୁ ପଛରେ ରିଲାଏନ୍‌ସ ଜିଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା।

ସେବା ଆରମ୍ଭ କରିବା ଦିନଠାରୁ ରିଲାଏନ୍‌ସ ଜିଓ ସାରା ଦେଶରେ କ୍ରମାଗତ ଭାବେ ନୂତନ ଗ୍ରାହକ ଯୋଡ଼ିବା କାର୍ଯ୍ୟ ଜାରି ରଖିଛି। ଓଡ଼ିଶାରେ ମଧ୍ୟ ଜିଓ ଲଗାତାର ଭାବରେ ପ୍ରତି ମାସରେ ନୂଆ ଗ୍ରାହକ ଯୋଡ଼ିବା ଜାରି ରଖିଛି।

 



from Odisha Reporter https://ift.tt/2yg0j1e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages