ହଜାରେ ଶିକ୍ଷକଙ୍କୁ ‘ରିଲାଏନ୍ସ ଫାଉଣ୍ଡେସନ୍‍ ଶିକ୍ଷକ ସମ୍ମାନ’ ପ୍ରଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 27, 2019

ହଜାରେ ଶିକ୍ଷକଙ୍କୁ ‘ରିଲାଏନ୍ସ ଫାଉଣ୍ଡେସନ୍‍ ଶିକ୍ଷକ ସମ୍ମାନ’ ପ୍ରଦାନ

ମୁମ୍ବାଇ : ସେଣ୍ଟର ଫର୍‌ ଟିଚର୍ସ ଆକ୍ରିଡିଟେସନ୍‍ (ସେଣ୍ଟା) ପକ୍ଷରୁ ଆୟୋଜିତ ଟିଚିଙ୍ଗ୍‍ ପ୍ରଫେସନାଲ୍‍ ଅଲମ୍ପିଆଡ୍‍ (ଟିପିଓ)୨୦୧୮ରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଏକ ହଜାର ଶିକ୍ଷକଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍‍ ପକ୍ଷରୁ ‘ରିଲାଏନ୍ସ ଫାଉଣ୍ଡେସନ୍‍ ଶିକ୍ଷକ ସମ୍ମାନ’ରେ ସମ୍ମାନିତ କରାଯାଇଛି ।

ଏହି ୧୦୦୦ ଶିକ୍ଷକଙ୍କ ଭିତରୁ ଯେଉଁମାନେ ସେଣ୍ଟା ଟିପିଓ ୨୦୧୮ର ବିଜେତା ଘୋଷିତ ହୋଇଛନ୍ତି ସେମାନଙ୍କୁ ୟୁନେସ୍କୋ, ୟୁନିସେଫ ଓ ସିବିଏସ୍‍ଇ ବୋର୍ଡ ପ୍ରତିନିଧିଙ୍କ ଦ୍ୱାରା ସମ୍ମାନିତ କରାଯାଇଛି। ଏହାସହିତ ଜାତୀୟ ସ୍ତରରେ ସେଣ୍ଟା- ଟିପିଓ ପଞ୍ଚମ ସଂସ୍କରଣର ଶୁଭାରମ୍ଭ ହୋଇଛି ।

ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍‍ ପକ୍ଷରୁ ସେଣ୍ଟା ସହଭାଗିତାରେ “ରିଲାଏନ୍ସ ଫାଉଣ୍ଡେସନ୍‍ ଶିକ୍ଷକ ସମ୍ମାନ”ର ପରବର୍ତ୍ତୀ ସଂସ୍କରଣ ଘୋଷଣା କରାଯାଇଛି। ଉତ୍କର୍ଷ ହାସଲ କରିଥିବା ଶିକ୍ଷକଙ୍କୁ ସମ୍ମାନିତ କରିବାର ଏହି ପରମ୍ପରା ଜାରି ରଖି ଫାଉଣ୍ଡେସନ୍‍ ପକ୍ଷରୁ ସେଣ୍ଟା ଟିପିଓ ଦ୍ୱାରା ଆୟୋଜିତ ଜାତୀୟ ସ୍ତରରର ପ୍ରତିଯୋଗୀତାରେ ବିଜୟୀ ହୋଇଥିବା ୧୦୦୦ଜଣ ବିଜେତା ଶିକ୍ଷକଙ୍କୁ ନଗଦ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି।

ଭାରତର ୭୫ଟି ସହର ସମେତ ଆବୁଧାବିରେ ସେଣ୍ଟା ଟିଚିଙ୍ଗ୍‍ ପ୍ରଫେସନାଲ୍‍ ଅଲମ୍ପିଆଡ୍‍ (ଟିପିଓ) ୨୦୧୯ ଏକ ସମୟରେ ଡିସେମ୍ବର ୧୪ ଦିନ ଆୟୋଜିତ ହେବ । ପ୍ରାଥମିକଠୁ ଆରମ୍ଭ କରି ମାଧ୍ୟମିକ ଯାଏ ୨୩ଟି ବିଷୟରେ ଏହି ପ୍ରତିଯୋଗୀତା ଆୟୋଜନ ହେବ।

ଏହି ଶୁଭାରମ୍ଭ ଅବସରରେ ଈଶା ଅମ୍ବାନୀ କହିଛନ୍ତି, ‘ଆମେ ରିଲାଏନ୍ସ ଫାଉଣ୍ଡେସନ୍‍ ଜରିଆରେ ଦେଶର ଉଦାହରଣ ସୃଷ୍ଟିକାରୀ ଏହି ଶିକ୍ଷକମାନଙ୍କ କଠିନ ପରିଶ୍ରମ ଏବଂ ସମର୍ପଣକୁ ସମ୍ମାନିତ କରି ଗର୍ବ ଅନୁଭବ କରୁଛୁ। ଦେଶର ଯୁବାବର୍ଗଙ୍କୁ ଭବିଷ୍ୟତ ଗଢ଼଼ିବା ପାଇଁ ଆବଶ୍ୟକ ଦକ୍ଷତା ହସ୍ତାନ୍ତର କରିବାରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ। ସାରା ଦେଶରେ ଶିକ୍ଷା ପ୍ରଦାନ ଢାଞ୍ଚାରେ ଉଲ୍ଲେଖନୀୟ ବିକାଶ ଆଣିବା ଲକ୍ଷ୍ୟରେ ରିଲାଏନ୍ସ ଫାଉଣ୍ଡେସନ୍‍ ଶିକ୍ଷକମାନଙ୍କୁ ଆବଶ୍ୟକୀୟ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ।’

ସେଣ୍ଟାର ପ୍ରତିଷ୍ଠାତା ଏବଂ ସିଇଓ ରାମ୍ୟା ଭେଙ୍କଟରମଣ କହିଛନ୍ତି, ଅସାଧାରଣ ଶିକ୍ଷକମାନଙ୍କୁ ଜାତୀୟସ୍ତରରେ ଏକ ପରିଚିତି ପ୍ରଦାନର ପ୍ଳାଟଫର୍ମ ସୃଷ୍ଟି ପାଇଁ ସେଣ୍ଟା ଲକ୍ଷ୍ୟ ରଖିଛି । ଶିକ୍ଷକତାକୁ ସମାଜରେ ଏକ ସମ୍ମାନସ୍ପଦ କାର୍ଯ୍ୟ ଭାବେ ରୂପାନ୍ତରିତ କରିବା ହେଉଛି ଏହିପରି କାର୍ଯ୍ୟର ପ୍ରମୁଖ ଉଦ୍ଦେଶ୍ୟ।

 



from Odisha Reporter https://ift.tt/2K5imN8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages