ଆଜି ବାହୁଡ଼ା; ଭାଇ-ଭଉଣୀଙ୍କୁ ଧରି ନୀଳକନ୍ଦର ଅଭିମୁଖେ ଯାତ୍ରା କରିବେ କାଳିଆ ଠାକୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 11, 2019

ଆଜି ବାହୁଡ଼ା; ଭାଇ-ଭଉଣୀଙ୍କୁ ଧରି ନୀଳକନ୍ଦର ଅଭିମୁଖେ ଯାତ୍ରା କରିବେ କାଳିଆ ଠାକୁର

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ନୀଳକନ୍ଦରକୁ ବାହୁଡ଼ିବେ ଜଗା, ବଳିଆ ଓ ଭଉଣୀ ସୁଭଦ୍ରା। ଏଥିପାଇଁ ଆଜି ଭୋର ୪ଟାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ନୀତି ଆରମ୍ଭ ହୋଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ସକାଳ ୭ଟାରୁ ୧୧ଟା ଭିତରେ ସେନାପଟା ଲାଗି ସରିବା ପରେ ୧୧ଟା ୪୫ ସୁଦ୍ଧା ମଙ୍ଗଳାର୍ପଣ ହେବ। ଏହାପରେ ଦିନ ୧୨ଟାରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୨ଟା ମଧ୍ୟରେ ସରିବ। ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ସୁଦ୍ଧା ଛେରାପହଁରା ପରେ ୪ଟାରୁ ଆରମ୍ଭ ହେବ ରଥଟଣା। ତେବେ ରଥଯାତ୍ରା ଭଳି ବାହୁଡ଼ାରେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତି ସରିବ ବୋଲି କୁହାଯାଉଛି। ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବ।

ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସମୁଦ୍ର ବେଳାଭୂମିଠୁ ନେଇ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ, ସହରର ସବୁ ଗଳିକନ୍ଦିରେ ଛାଇ ଯାଇଛନ୍ତି ଓଡ଼ିଶା ପୁଲିସ୍ ସହ କେନ୍ଦ୍ରୀୟ ଫୋର୍ସ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ପୁଲିସ୍ ପକ୍ଷରୁ ଜାରି କରାଯାଇଛି ଆନିମେଟେଡ୍‌ ରୁଟ୍‌ ଚାର୍ଟ।

ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଗାଡ଼ି ଉତ୍ତରା, ମାଳତୀପାଟପୁର ଦେଇ ତାଳବଣିଆ, ଭୁଦାନ ଛକ, ଇନଡୋର ଷ୍ଟାଡିୟମ୍‌ କିମ୍ବା ଆଇଟିଆଇ ପାର୍କିଂ ସ୍ଥଳରେ ରହିବେ। ସେମାନେ ବାଲିଘାଟ ଓ ବୀର ହରେକୃଷ୍ଣପୁର ଦେଇ ଫେରିବେ।

ଭୁବନେଶ୍ୱରରୁ ବାଇକ୍‌ରେ ଆସୁଥିବା ଲୋକେ ଉତ୍ତରା, ମାଳତୀପାଟପୁର ପରେ ବାଟଗାଁ, ମଙ୍ଗଳାଘାଟ ଦେଇ ଓଲ୍‌ଡ ଜେଲ ଏରିଆ, ଜଗନ୍ନାଥବଲ୍ଲଭ କିମ୍ବା ମଶାଣି ଚଣ୍ଡି ଛକ ପାର୍କିଂ ସ୍ଥଳରେ ରହିବେ। ଆଉ ଜଟିଆବାବାଜୀ ଛକ ଓ ଅଠରନଳା ରୁଟ୍‌ ମାଳତୀପାଟପୁର ଦେଇ ସେମାନେ ଫେରିବେ।

ଅପରପକ୍ଷରେ ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଯାନ ମଙ୍ଗଳାଘାଟ ନିକଟରେ ପାର୍କିଂ କରିବେ। କୋଣାର୍କରୁ ଆସୁଥିବା ଗାଡ଼ି ତାଳବଣିଆରେ ପାର୍କିଂ କରିବେ। ବସ୍‌ ଓ ଟ୍ରେନ୍‌ରେ ଆସୁଥିବା ଯାତ୍ରୀମାନେ ମାଳତିପାଟପୁର ଓ ତାଳବଣିଆକୁ ଆସିବେ। ଏଠାରୁ ଯାତ୍ରୀଙ୍କୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ନେବା ଆଣିବା କରିବା ପାଇଁ ମୋଟ ୬୦ଟି ବସ୍‌ର ବ୍ୟବସ୍ଥା କରାଯାଇଛି।



from Odisha Reporter https://ift.tt/30vtXvC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages