ମିଡିଆ ସହ ବଲିଉଡ ଷ୍ଟାରଙ୍କ ଲଭ୍‌-ହେଟ୍‌ ଗେମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 10, 2019

ମିଡିଆ ସହ ବଲିଉଡ ଷ୍ଟାରଙ୍କ ଲଭ୍‌-ହେଟ୍‌ ଗେମ୍‌

ମୁମ୍ବାଇ:  ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’  ଫିଲ୍ମର ସଙ୍ଗ ରିଲିଜ ଇଭେଣ୍ଟରେ  କଙ୍ଗନା ରାଣାୱତ ପୁରୁଣା ରାଗ ଶୁଝାଇବାକୁ ଯାଇ ସାମ୍ବାଦିକଙ୍କୁ  ଦୁର୍ବ୍ୟବହାର କରିଥିବା ବିବାଦ କ୍ରମଶଃ ଘନୀଭୂତ ହେବାରେ ଲାଗିଛି।

ଉକ୍ତ ଘଟଣାକୁ ନିନ୍ଦା କରି ସର୍ବସାଧାରଣଙ୍କୁ ଅବଗତ କରାଇବା ପାଇଁ ‘ଏଣ୍ଟରଟେନ୍‌ମେଣ୍ଟ୍‌ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’ ପକ୍ଷରୁ ଫିଲ୍ମର ପ୍ରଡ୍ୟୁସର ଏକତା କପୁରଙ୍କ ନିକଟକୁ ଏକ ଚିଠି ପଠାଯାଇଛି । ଏହି ମାମଲା ଥମିବା ପରିବର୍ତ୍ତେ ବଢୁଥିବା ଦେଖି ଶୋ’ର ପ୍ରଡ୍ୟୁସର ଏକତା କପୁର ଏଥିଲାଗି କ୍ଷମା ମାଗିନେଇଛନ୍ତି।

ଏହା ଏପରି ପ୍ରଥମ ମାମଲା ନୁହେଁ, ଯେଉଁଥିରେ ବଲିଉଡ କଳାକାର ଓ ମିଡିଆ ମୁହାଁମୁହିଁ ହୋଇଛନ୍ତି। ବଲିଉଡର ଶେହନଶାହା ହୁଅନ୍ତୁ କି ଭାଇଜାନ ଏପରି ଆହୁରି ବହୁ ବଡ ବଡ ଷ୍ଟାର ମଧ୍ୟ ମିଡିଆ ସହ ମୁହାଁମୁହିଁ ହୋଇ କ୍ଷତିରେ ପଡିଛନ୍ତି।  ଏଥିଯୋଗୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ମିଡିଆ ଏହି ସୁପରଷ୍ଟାରମାନଙ୍କୁ ବୟକଟ୍‌ କରିବା ସହ କଭରେଜ ଦେଇ ନ ଥିଲା।  ଆସନ୍ତୁ ଆଜି ଜାଣିବା ଏପରି କିଛି ଷ୍ଟାରଙ୍କ ବିଷୟରେ।

ସଲମାନ ଖାନ: ୨୦୧୪ ମସିହାରେ ସଲମାନଙ୍କ ଫିଲ୍ମ ‘କିକ୍‌’ ରିଲିଜ ହୋଇଥିଲା।  ଏହାର ସଙ୍ଗ ଲଞ୍ଚ ପାର୍ଟିରେ ଜଣେ ଫଟୋଗ୍ରାଫରଙ୍କ ସହ ସଲମାନଙ୍କର ତୁ ତୁ ମେଁ ମେଁ ଆରମ୍ଭ ହୋଇଯାଇଥିଲା। ଫଟୋଗ୍ରାଫରଜଣକ ସଲମାନଙ୍କୁ ଏକ ଖାସ୍‌ ଢଙ୍ଗରେ ଫଟୋ  ଲାଗି ପୋଜ ଦେବାକୁ କହିଥିଲେ। କିନ୍ତୁ ଭାଇଜାନ ସିଧାସିଧା ମନା କରି ଦେଇଥିଲେ। ଏହାପରେ ଦବଙ୍ଗ ଖାନଙ୍କ ସିକ୍ୟୁରିଟି ଗାର୍ଡଙ୍କ ସହ ଉକ୍ତ ଫଟୋଗ୍ରାଫରଙ୍କର ହାତାହାତି ହୋଇଯାଇଥିଲା। ଏପରି ସମୟରେ ଫଟୋଗ୍ରାଫର ୟୁନିୟନ ପକ୍ଷରୁ ଫିଲ୍ମ ରିଲିଜ ପର୍ଯ୍ୟନ୍ତ ସଲମାନଙ୍କ ଫଟୋ ଉଠାଇବାକୁ  ମନା କରି ଦିଆଯାଇଥିଲା।

ଅମିତାଭ ବଚ୍ଚନ:  ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବଡ ପରଦା ଓ ଛୋଟ ପରଦାରେ ରାଜ୍‌ କରୁଥିବା ବିଗ ବି  ମଧ୍ୟ ମିଡିଆ ଆକ୍ରୋଶରୁ ବର୍ତ୍ତି ପାରି ନଥିଲେ।  ଯେଉଁ ସମୟରେ ଅମିତାଭଙ୍କ ଏକ ଝଲକ ପାଇବାକୁ ତାଙ୍କ ବଙ୍ଗଳା ସମ୍ମୁଖରେ ଫ୍ୟାନ୍‌ଙ୍କ ଭିଡ଼ ଜମୁଥିଲା, ସେତେବେଳେ  ମିଡିଆ କିନ୍ତୁ ତାଙ୍କୁ କଭରେଜ ଦେବାକୁ ମନା କରି ଦେଇଥିଲା। ପୂରା ୧୦ ବର୍ଷ ପର୍ଯ୍ୟନ୍ତ ଅମିତାଭଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲା ମିଡିଆ। । ଏହି ସମୟରେ  ବିଗ୍‌ ବିଙ୍କ ଫଟୋ ଉଠାଇବା, ଇଣ୍ଟରଭିୟୁ ନେବା ଏପରି କି ତାଙ୍କ ନାମ ମଧ୍ୟ କୌଣସି ଜାଗାରେ ଉଲ୍ଲେଖ କରାଯିବାକୁ କଡ଼ା ପ୍ରତିବନ୍ଧକ ଲଗାଯାଇଥିଲା।

 

କାରଣ ଏହା ଥିଲା ଯେ, ବିଗ୍‌ ବି ଥରେ ନିଜ ବ୍ଲଗ୍‌ରେ ମିଡିଆ ବିରୋଧରେ  କିଛି ଟିପ୍ପଣୀ ଦେଇ ଦେଇଥିଲେ। ଏହି ମାମଲା ସେ ପର୍ଯ୍ୟନ୍ତ ଘନୀଭୂତ ହେବାରେ ଲାଗିଲା, ଯେ ପର୍ଯ୍ୟନ୍ତ ଅମିତାଭ କ୍ଷମା ମାଗି ନ ଥିଲେ। ଏହି ଘଟଣାର ସମାଧାନ ହେବାକୁ ପ୍ରାୟ ଏକ ଦଶନ୍ଧି ଲାଗିଗଲା।  ପରିଶେଷରେ ଅମିତାଭ କ୍ଷମା ମାଗିବା ପରେ ଉଭୟ ପକ୍ଷ ମଧ୍ୟରେ ବିବାଦର ଅନ୍ତ ଘଟିଲା।

ଶ୍ରଦ୍ଧା କପୁର :  ଏହି ମାମଲା ସେତେବେଳେ ଆରମ୍ଭ ହେଲା, ଯେତେବେଳେ ବଲିଉଡର ଚୁଲବୁଲି ଗାର୍ଲ ଶ୍ରଦ୍ଧା କପୁର ଏକ ରିୟାଲିଟି ଶୋ’ରେ ଇଣ୍ଟରଭିୟୁ ଦେବାକୁ ମିଡିଆକୁ ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଅପେକ୍ଷା କରାଇଲେ। ଏହାପରେ ଏୟାରପୋର୍ଟରେ ସେ ନିଜ ଫଟୋ ଉଠାଇବାକୁ ମଧ୍ୟ ମିଡିଆକୁ ବାରଣ କରିଥିଲେ।   ଏଥିଯୋଗୁ ମିଡିଆ  ତାଙ୍କୁ ବୟକଟ୍ କରି ଦେଇଥିଲା।

ସୈଫ ଓ କରିନା: ପଟୌଦି ନବାବ ଅଭିନେତା ସୈଫ ଅଲ୍ଲି ଖାନ ଓ ତାଙ୍କ ବେଗମ୍‌ କରିନା କପୁର ଖାନ ମଧ୍ୟ ମିଡିଆ ସହ ମୁହାଁମୁହିଁ ହୋଇସାରିଛନ୍ତି।  ଯେତେବେଳେ ଉଭୟଙ୍କ ବିବାହ ହୋଇ ନ ଥିଲା, ସେତେବେଳେ ସେମାନଙ୍କ ବ୍ରାଣ୍ଡ ଭ୍ୟାଲୁ କାହିଁ କେତେରେ ଥିଲା। ଉକ୍ତ ସମୟରେ ଏକ ଜୋତାର ବ୍ରାଣ୍ଡ ପ୍ରମୋସନ୍‌ ଇଭେଣ୍ଟରେ ଉଭୟ ଯୋଗ ଦେବେ ବୋଲି ସ୍ଥିର ହୋଇଥିଲା।  କିନ୍ତୁ ଏହି ଇଭେଣ୍ଟ ଲାଗି ମିଡିଆକୁ ଏହି ଦୁଇ ସେଲିବ୍ରିଟି ଖୁବ୍‌ ଅପେକ୍ଷା  କରାଇଥିଲେ।

ଦୁହେଁ ସେଠାରେ ପହଞ୍ଚିବା ପରେ ମିଡିଆ ରିପୋର୍ଟରମାନେ କିନ୍ତୁ ଉଠି ଚାଲିଯିବାକୁ ଲାଗିଲେ। ଏହା ଦେଖି ସୈଫ କ୍ଷମା ମାଗିବା ସହ ଟ୍ରାଫିକ୍‌ ଜାମ ହେତୁ ଡେରି ହୋଇଥିବା ସ୍ପଷ୍ଟିକରଣ ଦେଇଥିଲେ। କିନ୍ତୁ କରିନା କିଛି ବି ନ କହିବାରୁ ମିଡିଆ ଏହି ଇଭେଣ୍ଟକୁ ବୟକଟ୍‌ କରି ଦେଇଥିଲା।



from Odisha Reporter https://ift.tt/2JBFv9J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages