ଥାନା ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 25, 2019

ଥାନା ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ

ଜଳେଶ୍ୱର(ଅଜିତ ନାୟକ): ଜଣେ ନାବାଳକର ମୃତ୍ୟୁକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ଜଣେ ଥାନା ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼େଇ ପିଟିଛନ୍ତି ଉତ୍ତ୍ୟକ୍ତ ଲୋକେ। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ।

ଆଜି ସକାଳେ ଜିଲ୍ଲାର ବାଲିଆପାଳ ଥାନା ଅନ୍ତର୍ଗତ ଇଡ୍‌କୋ ଛକରେ ଥିବା ଏକ ଢାବାରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ନାବାଳକଙ୍କ ନାଁ ବିଜୟ ଦଳାଇ। ତାଙ୍କ ଘର ଉଲୁଡ଼ା ଗାଁର। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏ ଖବର ଜଣାପଡ଼ିବା ପରେ ପରେ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଢାବାରେ ପହଞ୍ଚି ଭଙ୍ଗାରୁଜା କରିଥିଲେ। ଏହି ସମୟରେ ବାଲିଆପାଳ ଥାନା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ହେଲେ ପୁଲିସ କାହିଁକି ବିଳମ୍ବରେ ପହଞ୍ଚିଲା ବୋଲି ଉତ୍ତ୍ୟକ୍ତ ଲୋକେ ପ୍ରଶ୍ନ କରିବା ସହିତ ଆଇଆଇସିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏପରିକି ସେ ତଳେ ପଡ଼ିଯାଇଥିଲେ ଓ ନପିଟିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ।

ତୁରନ୍ତ ଢାବା ମାଲିକଙ୍କୁ ଗିରଫ କରିବାକୁ ଲୋକେ ଦାବି କରିଛନ୍ତି। ଏନେଇ ସେମାନେ ସେଠାରେ ରାସ୍ତାରୋକ କରିଥିବା ବେଳେ ଚାପା ଉତ୍ତେଜନା ଲାଗି ରହିଛି।

ସୂଚନାଯୋଗ୍ୟ, ବିଜୟ ଦୁଇ ବର୍ଷ ହେବ ଉକ୍ତ ଢାବାରେ କାମ କରୁଥିଲେ।



from Odisha Reporter https://ift.tt/2YgsUhC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages