ସଂଧ୍ୟା ୬ଟାରେ ଶପଥ ଗ୍ରହଣ କରିବେ ୟେଦ୍ଦୁରପ୍ପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 25, 2019

ସଂଧ୍ୟା ୬ଟାରେ ଶପଥ ଗ୍ରହଣ କରିବେ ୟେଦ୍ଦୁରପ୍ପା

ବେଙ୍ଗାଲୁରୁ: ମେଣ୍ଟ ସରକାର ଭାଙ୍ଗିବା ପରେ ସରକାର ଗଢ଼ିବା ନେଇ ଜାରି ରହିଥିବା ସସପେନ୍ସରେ ପୂର୍ଣ୍ଣଛେଦ ପକାଇଛି ବିଜେପି। ଆଜି କର୍ଣ୍ଣାଟକା ରାଜ୍ୟପାଳ ବାଜୁଭାଇ ଭାଲାଙ୍କୁ ଭେଟି ବିଜେପି ବିଧାୟକ ବିଏସ୍ ୟେଦ୍ଦୁରପ୍ପା ସରକାର ଗଢ଼ିବା ପାଇଁ ଦାବି କରିଛନ୍ତି। ଏଥିସହ ଆଜି ସଂଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି ସେ କହିଛନ୍ତି।

ଗତକାଲି ବିଦ୍ରୋହୀ ୧୫ ବିଧାୟକରୁ ୩ ବିଧାୟକଙ୍କୁ ବାଚସ୍ପତି ରମେଶ କୁମାର ଅଯୋଗ୍ୟ ଘୋଷଣା କରିବା ପରେ ଆଜି ବିଜେପି ସରକାର ଗଢ଼ିବା ପାଇଁ ଦାବି କରିଛି। ବିଧାନସଭାରେ ତାଙ୍କ ଦଳ ବହୁମତ ସାବ୍ୟସ୍ତ କରିବ ବୋଲି ୟେଦ୍ଦୁରପ୍ପା ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଅନ୍ତିମ ଥର ପାଇଁ କର୍ଣ୍ଣାଟକାରେ ୪୮ ଘଣ୍ଟା ପାଇଁ ୟେଦ୍ଦୁରପ୍ପା ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ଦଳ ବିଜେପି ନିର୍ବାଚନରେ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ଗୃହରେ ବହୁମତ ସାବ୍ୟସ୍ତ କରିନଥିବାରୁ ତାଙ୍କ ସରକାର ଭାଙ୍ଗି ଯାଇଥିଲା। ଏହାପରେ କଂଗ୍ରେସ-ଜେଡିଏସ ମେଣ୍ଟ କରି ସରକାର ଗଢ଼ିଥିଲେ।



from Odisha Reporter https://ift.tt/2JQSpBW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages