ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେକୌଣସି ସମ୍ପର୍କକୁ ଭାଙ୍ଗିବା ପାଇଁ ଗୋଟିଏ ସେକେଣ୍ଡ ବି ଲାଗେ ନାହିଁ। ହେଲେ ଗୋଟିଏ ସେକେଣ୍ଡରେ ସମ୍ପର୍କ ମଜବୁତ ହୁଏ ନାହିଁ। ଯେକୌଣସି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ମଜବୁତ କରିବା ପାଇଁ ଅନେକ କଥା ପ୍ରତି ଦୃଷ୍ଟି ଦେବାକୁ ହୋଇଥାଏ। ସେସବୁ ଭିତରୁ ଆମେ ଆଜି ପ୍ରମୁଖ ତିନୋଟି କଥା ଉପରେ ଆଲୋଚନା କରିବା, ଯାହା ଯେକୌଣସି ସମ୍ପର୍କକୁ ମଜବୁତ କରିଥାଏ।
ସଚ୍ଚୋଟ ହୁଅନ୍ତୁ
ସବୁବେଳେ ସଚ୍ଚୋଟ ହେବାକୁ ଚେଷ୍ଟା କରନ୍ତୁ। ଖାଲି କାମରେ ସଚ୍ଚୋଟ ହେଲେ ଚଳିବ ନାହିଁ। ସମ୍ପର୍କରେ ବି ସଚ୍ଚୋଟ ହେବାକୁ ପଡ଼ିବ। ଯେକୌଣସି ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବାକୁ ହେଲେ ଆପଣଙ୍କୁ ସଚ୍ଚୋଟ ହେବାକୁ ପଡ଼ିବ। ସତ କଥା କହିବାକୁ ପଡ଼ିବ। କାରଣ ସ୍ୱାମୀ, ସ୍ତ୍ରୀକୁ ମିଛ କହିଲେ ସମ୍ପର୍କ ମଜବୁତ୍ ହୁଏ ନାହିଁ କି ସ୍ତ୍ରୀ, ସ୍ୱାମୀକୁ ମିଛ କହି ସମ୍ପର୍କକୁ ମଜବୁତ ରଖିପାରିବ ନାହିଁ। ଅନ୍ୟ ସମ୍ପର୍କରେ ବି ସେୟା। ଆପଣ ନିଜ ବନ୍ଧୁଙ୍କୁ ମିଛ କହି ଧରାପଡ଼ିଗଲେ ସମ୍ପର୍କ ଆଉ ମଜବୁତ ହୋଇ ରହେ ନାହିଁ। କାରଣ ମିଛ କହୁଥିବା ଲୋକଙ୍କୁ କେହି ସହଜରେ ଭରସା କରନ୍ତି ନାହିଁ। ଗୋଟିଏ ମିଛ ଯେକୌଣସି ସମ୍ପର୍କକୁ ସବୁଦିନ ପାଇଁ ଭାଙ୍ଗି ଦେଇପାରେ।
ସ୍ପଷ୍ଟବାଦୀ ହୁଅନ୍ତୁ
କୌଣସି ସମ୍ପର୍କକୁ ମଜବୁତ କରିବାକୁ ହେଲେ ସ୍ପଷ୍ଟବାଦୀ ହୁଅନ୍ତୁ। ଯଦି ସ୍ୱାମୀ ଅନ୍ୟମାନଙ୍କ ଆଗରେ ସ୍ତ୍ରୀ ନାଁରେ କହୁଛି ଅବା ସ୍ତ୍ରୀ ଅନ୍ୟମାନଙ୍କ ଆଗରେ ସ୍ୱାମୀ ନାଁରେ କହୁଛି, ତା’ହେଲେ ସେ ସମ୍ପର୍କ କେବେ ହେଲେ ମଜବୁତ୍ ନୁହେଁ। ବନ୍ଧୁଙ୍କ କ୍ଷେତ୍ରରେ ବି ସେୟା ଫଳାଫଳ ଆସିବ। କାରଣ ସେମାନେ ଯେତେବେଳେ ଆପଣ କହିଥିବା କଥା ଅନ୍ୟମାନଙ୍କଠାରୁ ଶୁଣିବେ, ସେତେବେଳେ ସେମାନଙ୍କର ଆପଣଙ୍କ ଉପରୁ ଭରସା ଉଠିଯିବ।
ତେଣୁ ସ୍ୱାମୀ ହୁଅନ୍ତୁ, ସ୍ତ୍ରୀ ହୁଅନ୍ତୁ, ବନ୍ଧୁ ହୁଅନ୍ତୁ ଅବା ପ୍ରେମିକ ଓ ପ୍ରେମିକା, ସବୁବେଳେ ସେ କରୁଥିବା ଭୁଲ୍ କାମ ବା ତାଙ୍କର ଯେଉଁ ଗୁଣ ଓ କାମ ଆପଣଙ୍କୁ ପସନ୍ଦ ଆସୁ ନାହିଁ, ତାଙ୍କୁ ସ୍ପଷ୍ଟ ଭାବେ ବୁଝାଇ କହି ଦେଲେ ଭଲ। ହୋଇପାରେ ପ୍ରଥମେ ସେ ଖରାପ ଭାବି ପାରନ୍ତି, କିନ୍ତୁ ସମସ୍ୟାର ସମାଧାନ ହୋଇଯିବ। ଏହା ଆପଣଙ୍କ ସମ୍ପର୍କକୁ ମଜବୁତ ମଧ୍ୟ କରିବ।
ଦାୟିତ୍ୱବାନ ହୁଅନ୍ତୁ
ପରିବାରରେ ନିଜର ଦାୟିତ୍ୱ ସମ୍ପର୍କରେ ଭଲ ଭାବେ ଅବଗତ ହୁଅନ୍ତୁ। ପରିବାରରେ ଅନ୍ୟମାନଙ୍କ ପାଇଁ ଆପଣଙ୍କର କ’ଣ କରିବା ଆବଶ୍ୟକ, ତାହା ସବୁବେଳେ ମନେ ପକାନ୍ତୁ। ସେହିପରି ଏକ ସମାଜରେ, ଯେଉଁଠି ଆପଣ ଚଳନ୍ତି, ସେଠି କି ପ୍ରକାର ଦାୟିତ୍ୱ ରହିଛି, ତାକୁ ଚିହ୍ନଟ କରନ୍ତୁ। ଜଣେ ବନ୍ଧୁଙ୍କ ପ୍ରତି ଆପଣଙ୍କର କ’ଣ ଦାୟିତ୍ୱ ରହିବା ଆବଶ୍ୟକ, ତାହା ବି ନିର୍ଦ୍ଧାରଣ କରନ୍ତୁ। ଆପଣ ଠିକ୍ ଢଙ୍ଗରେ ଦାୟିତ୍ୱ ନିର୍ବାହ କରିପାରିଲେ, ତାହା ସ୍ନେହ ଓ ଶ୍ରଦ୍ଧା ବଢ଼ାଇଥାଏ ଏବଂ ସମ୍ପର୍କକୁ ମଜବୁତ କରିଥାଏ।
from Odisha Reporter https://ift.tt/2Gsnv0S
No comments:
Post a Comment