ନୂଆଦିଲ୍ଲୀ: ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧିତ ସୂଚନା ଅଧିକାର ଆଇନ ୨୦୧୯ ପାରିତ ହୋଇଛି। ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ଏହାକୁ ଆଗତ କରିଥିଲେ। ଏହି ସଂଶୋଧନ ବିଧେୟକ ସପକ୍ଷରେ ୨୧୮ ଏବଂ ବିପକ୍ଷରେ ୭୯ ଜଣ ସାଂସଦ ଭୋଟ୍ ଦେଇଥିଲେ।
ସଂଶୋଧିତ ବିଧେୟକରେ ସୂଚନା କମିଶନରଙ୍କ ରୋଜଗାର, ବେତନ, କାର୍ଯ୍ୟକାଳ ଓ ଅନ୍ୟ ନିୟମକୁ ଲାଗୁ କରିବାର ଅଧିକାର ସରକାରଙ୍କୁ ଦେବାକୁ ବିଲ୍ରେ ଉଲ୍ଲେଖ ରହିଛି।
ତେବେ ଏହି ବିଲ୍ ଉପରେ ଚର୍ଚ୍ଚା ବେଳେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ଏହି ବିଲ୍ ଜାତୀୟ ସୂଚନା କମିଶନରଙ୍କ ସ୍ୱାଧୀନତା ଉପରେ ବିପଦ ସୃଷ୍ଟି କରିବ। ସରକାର କିନ୍ତୁ ଭିନ୍ନ ମତ ରଖିଛନ୍ତି।
from Odisha Reporter https://ift.tt/2Z7bp4u
No comments:
Post a Comment