ପହଣ୍ଡି ବେଳେ କ’ଣ ପାଇଁ ବନ୍ଧା ହୁଅନ୍ତି ଜଗନ୍ନାଥ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 11, 2019

ପହଣ୍ଡି ବେଳେ କ’ଣ ପାଇଁ ବନ୍ଧା ହୁଅନ୍ତି ଜଗନ୍ନାଥ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡିରେ ନିଆଯିବାର ଦୃଶ୍ୟ ବିମୋହିତ କରେ ଦର୍ଶକ ଓ ଭକ୍ତଙ୍କୁ। ସାରା ବିଶ୍ୱର ଏକ ମାତ୍ର ହିନ୍ଦୁ ମନ୍ଦିର ଯେଉଁଠି ମୂଳ ବିଗ୍ରହଙ୍କୁ ବିପୁଳ ଶ୍ରଦ୍ଧାର ସହ ଏମିତି ବାହାରକୁ ଆଣି ଯାତ୍ରା ଉତ୍ସବ କରାଯାଇଥାଏ। କେବେ ଭାବିଛନ୍ତି, ପହଣ୍ଡି କେମିତି ହୁଏ ? କାହିଁକି ବନ୍ଧା ହୋଇ ଛେଚା କଚା ଖାଇ ଠାକୁରମାନେ ରଥାରୂଢ଼ ହୁଅନ୍ତି ?
ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ଜଗନ୍ନାଥାଦି ଦାରୁ ବିଗ୍ରହଙ୍କୁ ସେନାପଟାରେ ବାନ୍ଧି ପହଣ୍ଡି କରାଯାଏ। ଆଉ ଏହି ସେନାପଟା ତିଆରି ହୋଇଥାଏ ବଉଳ କାଠରେ। ସେନାପଟା ଶବ୍ଦଟି ‘ସେନ୍‌ହା’ ଶବ୍ଦରୁ ଆସିଛି। ଯାହାର ପ୍ରକୃତ ଅର୍ଥ ହେଉଛି ସାଞ୍ଜୁ ବା ଯୁଦ୍ଧ ସମୟରେ ଦେହକୁ ସୁରକ୍ଷା ଦେଉଥିବା କବଚ। ପହଣ୍ଡି ସମୟରେ ଯେପରି ବିଗ୍ରହଙ୍କୁ କୌଣସି ଆଘାତ ନ ଲାଗେ ସେଥିପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ଗବେଷଣା କୁହେ। ସେନାପଟା ଶ୍ରୀଅଙ୍ଗକୁ ସୁରକ୍ଷା ଦେଉଥିବା ବେଳେ ତମ୍ବାରେ ତିଆରି ବାହୁଟ କଣ୍ଟ ଶ୍ରୀଭୁଜକୁ ସୁରକ୍ଷା ଦେଇଥାଏ।

ହେଲେ ମହାପ୍ରଭୁଙ୍କୁ ବଉଳ କାଠରେ ତିଆରି ଏହି ସେନାପଟା ବାନ୍ଧିବା ପଛରେ ରୋଚକ ଲୋକକଥାଟିଏ ରହିଛି। ଏହା ମହାପ୍ରଭୁଙ୍କ ଅଜାଘର ସହ ଜଡ଼ିତ ବୋଲି ଲୋକେ କୁହନ୍ତି। କାହାଣୀଟି ହେଉଛି ଏମିତି- ଜଗନ୍ନାଥ ଓ ବଳଭଦ୍ର ପଣସ ଖାଇବାକୁ ଭାରି ଭଲ ପାଉଥିଲେ। ସାକ୍ଷୀଗୋପାଳରେ ଥିବା ବକୁଳ ବନ ପରିସରରେ ପ୍ରଚୁର ପଣସ ହୋଇଥିବାରୁ ଏକ ରାତିରେ ଦୁଇ ଭାଇ ପଣସ ଖାଇବାକୁ ସେଠାରେ ପଶିଥିଲେ। ଏହି ସମୟରେ ତପସ୍ୟାରତ ସିଦ୍ଧ ବଳରାମ ଗୋସେଇଁ ଦୁଇ କଳାଗୋରା ବାଳକଙ୍କୁ ଦେଖି କାହିଁକି ପଣସ ଚୋରି କରୁଛ ବୋଲି ପଚାରିଥିଲେ ଓ ରାଗରେ ଏକ ବଉଳ ଗଛରେ ବାନ୍ଧି ଦେଇଥିଲେ। ହେଲେ ଦୁଇଭାଇ ବଳରାମ ଗୋସାଇଁଙ୍କୁ ଅଜା ବୋଲି ସମ୍ବୋଧନ କରି ତାଙ୍କ ମୁଣ୍ଡରେ ହାତ ରଖି ପଣସ ଚୋରି କରି ନାହାନ୍ତି ବୋଲି କହିଥିଲେ। ଏଣେ ପଣସ ଅଠା ବଳରାମ ଗୋସାଇଁଙ୍କ ମୁଣ୍ଡରେ ଲାଗିଥିବାରୁ ସେ ରାଜାଙ୍କ ଦ୍ୱାରା ଦଣ୍ଡିତ ହୋଇଥିଲେ। ପରବର୍ତ୍ତୀ ସମୟରେ ମହାପ୍ରଭୁ ଗଜପତିଙ୍କୁ ସ୍ୱପ୍ନାଦେଶ କରି ବଳରାମ ଗୋସାଇଁ ନିର୍ଦ୍ଦୋଷ ଓ ନିଜେ ଦୁଇ ଭାଇ ବାଳକ ବେଶରେ ପଣସ ଖାଇଥିବା ସ୍ୱୀକାର କରିଥିଲେ।

ଏହି କାହାଣୀର ସ୍ମାରକୀ ସ୍ୱରୂପ ଆଜି ମଧ୍ୟ ସାକ୍ଷୀଗୋପାଳ ବକୁଳବନରେ ଥିବା ସିଦ୍ଧ ବଳଦେବଙ୍କ ପୀଠରୁ ବଉଳ କାଠ ଆସି ପହଣ୍ଡି ପୂର୍ବରୁ ସେନାପଟା ଭାବେ ପ୍ରସ୍ତୁତ ହୋଇଥାଏ। ନିଜ ତ୍ରୁଟି ପାଇଁ ମହାପ୍ରଭୁ ମଧ୍ୟ ପ୍ରତିବର୍ଷ ଏହି ବଉଳ କାଠରେ ପ୍ରସ୍ତୁତ ସେନାପଟାରେ ବନ୍ଧା ହୋଇ ଭକ୍ତଙ୍କ ଭିତରେ ଦଣ୍ଡିତ ହେଉଥିବା ଦର୍ଶାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି।



from Odisha Reporter https://ift.tt/32kHZBS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages