ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣଙ୍କ ମୁହଁରେ ଯଦି ଦାଗ ଚିହ୍ନ ରହିଛି ତା’ ହେଲେ ଆପଣ ନିହାତି ଭାବେ ଅସହଜ ଅନୁଭବ କରିବେ। ଏଥିଯୋଗୁ ମୁହଁର ଚମକ ହଜିଯିବା ପରି ଲାଗିଥାଏ । ଆଉ ଏହା ହିଁ ମହିଳା ଓ ଯୁବତୀଙ୍କ ଚିନ୍ତାର କାରଣ ପାଲଟିଯାଏ। ଏହି ସମସ୍ୟାରୁ ମୁକୁଳିବା ଲାଗି ମହିଳାମାନେ ବାହାରେ ମିଳୁଥିବା ଅନେକ ଦାମିକା କ୍ରିମ୍ କିଣି ପଇସା ନଷ୍ଟ କରିବା ସହ ମୁହଁର ସୁନ୍ଦରତା ମଧ୍ୟ ନଷ୍ଟ କରିଥାନ୍ତି।
ଆଜି କିନ୍ତୁ ଜାଣିବା, ବାଡ଼ିରେ ହେଉଥିବା ପୁଦିନା ପତ୍ରକୁ ବ୍ୟବହାର କରି କିପରି ମୁହଁର ପ୍ରାକୃତିକ ସୁନ୍ଦରତା ଫେରି ପାଇବା । ଏହାର ବ୍ୟବହାର ବିଷୟରେ ଜାଣି ରଖନ୍ତୁ ।
୧, ପୁଦିନା ଏବଂ ମହୁ
ପୁଦିନା ଏବଂ ମହୁକୁ ବ୍ୟବହାର କରି ଆପଣ ମୁହଁର ଦାଗ ଲିଭାଇବା ସହ ଗ୍ଲୋ ମଧ୍ୟ ଆଣିପାରିବେ। ପ୍ରଥମେ ପୁଦିନାକୁ ପେଷ୍ଟ କରି ଦିଅନ୍ତୁ ଏବଂ ସେଥିରେ ମହୁ ମିଶାଇ ମୁହଁରେ ଲଗାନ୍ତୁ। ଆପଣ ଏହାକୁ ମୁହଁରେ ଲଗାଇ ୨୦ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହା ମଶ୍ଚରାଇଜର୍ ଭଳି କାମ ଦେବ। ସପ୍ତାହରେ ଦୁଇରୁ ତିନି ଥର ଏପରି କଲେ ମୁହଁରୁ ଦାଗ ଲିଭିବା ସହ ତ୍ୱଚା ଗ୍ଲୋ କରିବ।
୨, ପୁଦିନାର ଟୋନର୍
ପୁଦିନାକୁ ଟୋନର ଭାବେ ବ୍ୟବହାର କରି ମଧ୍ୟ ଆପଣଙ୍କ ସ୍କିନ୍ର ଉଜ୍ୱଳତା ଫେରାଇ ଆଣିପାରିବେ। ଏହାର ଟୋନର୍ ତିଆରି କରିବା ପାଇଁ ଆପଣ ପ୍ରଥମେ ପୁଦିନା ପତ୍ରକୁ ପାଣିରେ ଫୁଟାଇ ଦିଅନ୍ତୁ। ଏହି ପାଣିକୁ ଆପଣ ଟୋନର୍ ଭାବେ ବ୍ୟବହାର କରନ୍ତୁ। କୌଣସି ସଫା କପଡ଼ାକୁ ପୁଦିନା ପାଣିରେ ବୁଡ଼ାଇ ମୁହଁକୁ ପୋଛନ୍ତୁ। ଏହା କଲେ ଆପଣଙ୍କ ମୁହଁ ପୂର୍ବ ଅପେକ୍ଷା ସଫା ଦେଖାଯିବ।
୩, ପୁଦିନା ବରଫ ସ୍କ୍ରବ୍
ପୁଦିନାରେ ସ୍କ୍ରବ୍ ତିଆରି କରିବା ପାଇଁ ପ୍ରଥମେ ପୁଦିନାକୁ ପାଣିରେ ଫୁଟାଇ ଦିଅନ୍ତୁ। ଏହାକୁ ଥଣ୍ଡା କରି ବରଫ ଟ୍ରେରେ ଫିଜ୍ରେ ରଖି ଦିଅନ୍ତୁ। ପରେ ଏହି ବରଫକୁ ସ୍କ୍ରବ୍ ଭାବେ ମୁହଁରେ ବ୍ୟବହାର କରନ୍ତୁ। ଏହାକୁ ଆପଣ ଫ୍ରିଜ୍ରେ ରଖି ଇଚ୍ଛା ଅନୁସାରେ ବ୍ୟବହାର କରି ପାରିବେ।
୪, ପୁଦିନା ଏବଂ ଓଟ୍ସ
ଓଟ୍ସକୁ ପୁଦିନା ସହ ବ୍ୟବହାର କରି ଆପଣ ମୁହଁର ଦାଗ ଲିଭାଇବା ସହ ଉଜ୍ୱଳ ମଧ୍ୟ କରିପାରିବେ। ଏହାକୁ ବ୍ୟବହାର କରିବା ପାଇଁ ଆପଣ ଓଟ୍ସ ଏବଂ ପୁଦିନାକୁ ମିଶାଇ ଏକ ଗାଢ଼ା ପେଷ୍ଟ ତିଆରି କରନ୍ତୁ। ଏହାକୁ ଆପଣ ମୁହଁରେ ଲଗାନ୍ତୁ। ୨୦ ମିନିଟ୍ ପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ। ବହୁତ କମ୍ ଦିନରେ ଆପଣ ତ୍ୱଚାରେ ଉଜ୍ୱଳତା ଦେଖି ପାରିବେ।
from Odisha Reporter https://ift.tt/2JAZa9M
No comments:
Post a Comment