ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର ): ଆମ ସମସ୍ତଙ୍କ ଧାରଣା ରହିଛି ଯେ, ଧୂମପାନ ଶରୀର ଲାଗି ବହୁତ କ୍ଷତିକାରକ। ଏହାଦ୍ୱାରା କ୍ୟାନସର ସମେତ ବହୁ ସାଂଘାତିକ ବେମାର ମାଡି ବସିଥାଏ। କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ, ଧୂମପାନ କରିବାଠୁ ବି ଅଧିକ ସାଂଘାତିକ ହେଉଛି ମୋଟାପଣର ଶିକାର ହେବା। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ମୋଟାପଣ ଯୋଗୁ ଗୋଟିଏ କି ୨ ପ୍ରକାର ନୁହେଁ, ପ୍ରାୟ ୧୩ ପ୍ରକାର କ୍ୟାନସର ହେବାର ଆଶଙ୍କା ରହିଥାଏ। ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି।
ନିକଟରେ ହୋଇଥିବା ଏକ ସର୍ଭେରେ ମୋଟା ଲୋକ କ୍ୟାନସରରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଥାଏ ବୋଲି ଜଣାପଡିଥିଲା। ୟୁକେର କ୍ୟାନସର ରିସର୍ଚ୍ଚ ସେଣ୍ଟର ଦ୍ୱାରା ଏହି ଷ୍ଟଡି କରାଯାଇଥିଲା। ଏବେ ବି ୟୁକେର ଏକ ତୃତୀୟାଶଂ ଲୋକ ମୋଟାପାର ଶିକାର ହେବା ଯୋଗୁ କ୍ୟାନସରରେ ପୀଡିତ ହେଉଛନ୍ତି। ଏହି ଦେଶରେ ପ୍ରତି ବର୍ଷ ପେଟ କ୍ୟାନସରର ୧୯୦୦ ଘଟଣା ସାମନାକୁ ଆସୁଛି। ଯାହାକି ବଢୁଥିବା ଓଜନ ଯୋଗୁ ହେଉଥିବା ଜଣାଯାଇଛି। ମୋଟାପା ହେତୁ କିଡନୀ କ୍ୟାନସର, ଓଭାରି କ୍ୟାନସର ଓ ଲିଭର କ୍ୟାନସର ପରି ଘଟଣା ବି ଦ୍ରୁତ ଗତିରେ ବଢିବାରେ ଲାଗୁଛି।
ଶରୀରରେ ମହଜୁଦ ଥିବା ଅଧିକ ଫ୍ୟାଟ୍ ମସ୍ତିଷ୍କକୁ ଏହି ସଙ୍କେତ ଦେଇଥାଏ ଯେ, ଶରୀରରେ ଥିବା ସେଲ୍ସର ଜଲଦି ଜଲଦି ଓ ଅଧିକ ବିଭାଜିତ କରିବାର ଆବଶ୍ୟକତା ରହିଛି। ଏହା ନ ହେଲେ ସେଲ୍ସ କ୍ଷତିଗ୍ରସ୍ତ ହୋଇଥାଏ ଓ କ୍ୟାନସର ଆଶଙ୍କା ବହୁ ଗୁଣରେ ବଢି ଯାଇଥାଏ। କ୍ୟାନସର ଓ ମୋଟାପଣ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଲୋକଙ୍କୁ ଜାଗୃତ କରିବାର ଆବଶ୍ୟକତା ଦେଖାଦେଇଛି।
ଷ୍ଟଡି ଅନୁଯାୟୀ, ସଚେତନତା ଜାରି କରାଯିବାରୁ ଧୂମପାନ କମି ଯାଉଛି। ହେଲେ ମୋଟାପଣ କମିବା ନାଁ ଧରୁନି। ଆମ ଆଗାମୀ ଭବିଷ୍ୟତ ଯଦି ବି ଭୟାବହତା ଜାଣି ଧୂମପାନଠାରୁ ଦୂରେଇ ରୁହନ୍ତି, କିନ୍ତୁ ମୋଟାପଣ ଯୋଗୁ ସେମାନେ ବେମାରଠାରୁ ଦୂରେଇ ପାରିବେ ନାହିଁ।
from Odisha Reporter https://ift.tt/30cLtV6
No comments:
Post a Comment