ଇଞ୍ଜିନିୟରଙ୍କ ଉପରକୁ କାଦୁଅ ଫିଙ୍ଗି ବନ୍ଧା ହେଲେ କଂଗ୍ରେସ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 4, 2019

ଇଞ୍ଜିନିୟରଙ୍କ ଉପରକୁ କାଦୁଅ ଫିଙ୍ଗି ବନ୍ଧା ହେଲେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ଜଣେ ଇଞ୍ଜିନିୟରଙ୍କ ଉପରେ କାଦୁଅ ଫିଙ୍ଗିବା ସହ  ଖୁଣ୍ଟରେ ବାନ୍ଧିବା ଘଟଣା ମହାରାଷ୍ଟ୍ରର କଂଗ୍ରେସ ବିଧାୟକଙ୍କୁ ମହଙ୍ଗା ପଡିଛି। ସରକାରୀ ଅଫିସରଙ୍କୁ ଦୁର୍ବବ୍ୟବହାର ଏବଂ ଆକ୍ରମଣ ଅଭିଯୋଗରେ କଂଗ୍ରେସ ବିଧାୟକ ନିତେଶ ରାଣେ ଓ ତାଙ୍କ ଦୁଇ ଜଣ ସମର୍ଥକଙ୍କୁ ପୁଲିସ୍‌ ଗିରଫ କରିଛି। ବିଧାୟକ ନିତେଶ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ବିଧାୟକ ଓ ତାଙ୍କ ୪୦ରୁ ୫୦ ଜଣ ସମର୍ଥକଙ୍କ ବିରୋଧରେ  ଆଇପିସି ଧାରା ୩୫୩, ୩୪୨,୩୩୨, ୩୨୪,୩୨୩, ୧୨୦(A), ୧୪୭, ୧୪୩, ୫୦୪ ଓ ୫୦୬ରେ ମାମଲା ରୁଜୁ କରାଯାଇଛି।

ଏନେଇ ସିନ୍ଧୁଦୁର୍ଗ ଏସ୍‌ପି ଦୀକ୍ଷିତ ଗେଦାମ କହିଛନ୍ତି,“ ବିଧାୟକ ନିତେଶ ରାଣେ ଓ ତାଙ୍କ ଦୁଇ ଜଣ ସମର୍ଥକଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯିବ। ଏହି ଘଟଣାର ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଚେଷ୍ଟା ଜାରି ରହିଛି।” ନିତେଶ ରାଣେ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ।

ସୂଚନାଯୋଗ୍ୟ, ମୁମ୍ୱାଇ-ଗୋଆ ହାଇୱେ ନିକଟରେ ଥିବା ପୋଲ ଉପରେ କଂଗ୍ରେସ ବିଧାୟକ ନିତେଶ ଓ ତାଙ୍କ ସମର୍ଥକମାନେ ରାସ୍ତା କାମର ସମୀକ୍ଷା ପାଇଁ ଯାଇଥିଲେ। ରାସ୍ତା କାମ ବହୁତ ନିମ୍ନମାନର ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ଉଭୟ ବିଧାୟକ ଓ ତାଙ୍କ  ସମର୍ଥକ ଇଞ୍ଜିନିୟର ପ୍ରକାଶ ଶେଡକରଙ୍କୁ ଗାଳିଗୁଲଜ କରିଥିଲେ ଏହାପରେ ପ୍ରକାଶଙ୍କ ଉପରକୁ କାଦୁଆ ଫିଙ୍ଗିଥିଲେ। ଏହାପରେ ମଧ୍ୟ ସେମାନଙ୍କ ରାଗ ଶାନ୍ତ ହୋଇନଥିଲା ସଙ୍ଘବନ୍ଧ ଭାବରେ ସମ୍ପୃକ୍ତ ଇଞ୍ଜିନିୟରଙ୍କୁ ନିକଟରେ ଥିବା  ଖୁଣ୍ଟିରେ ବାନ୍ଧି ଦେଇଥିଲେ। ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପୂର୍ବରୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବିଧାୟକ ସରୋଜ ମେହେର ରାସ୍ତା କାମ ନିମ୍ନ ମାନର ହୋଇଥିବା ଦର୍ଶାଇ ଜଣେ ଇଞ୍ଜିନିୟରଙ୍କୁ ବସ୍ଉଠ କରିଥିଲେ। ଏବେ ସେ ଜେଲରେ ଅଛନ୍ତି।



from Odisha Reporter https://ift.tt/2XUpK7b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages