ଲଣ୍ଡନ: ଭାରତର ମୋଷ୍ଟ ୱାଣ୍ଟେଡ୍ ତଥା ଡି-କମ୍ପାନୀର ମୁଖ୍ୟ ଦାଉଦ୍ ଇବ୍ରାହିମ୍କୁ ନେଇ ପାକିସ୍ତାନ ଯେଉଁ ମିଛ କହୁଥିଲା, ଆମେରିକା ତା’ର ପର୍ଦ୍ଦାଫାସ କରିଛି। ଦାଉଦ୍ ଭାରତରୁ ଫେରାର ହେବା ପରେ ପାକିସ୍ତାନରେ ହିଁ ରହିଛି ବୋଲି ଆମେରିକା ସରକାରଙ୍କ ପକ୍ଷରୁ ଲଣ୍ଡନର ଏକ କୋର୍ଟଙ୍କୁ ଅବଗତ କରାଯାଇଛି। ପାକିସ୍ତାନର କରାଚିରେ ସେ ବେଶ ଆରାମରେ ରହିଛି ବୋଲି ଆମେରିକା ସରକାର ଜାଣିବାକୁ ପାଇଛନ୍ତି।
ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ଦାଉଦ୍ର ସହଯୋଗୀ ଜାବିର ମୋତିୱାଲାର ପ୍ରତ୍ୟର୍ପଣ ମାମଲାର ଶୁଣାଣି ଚାଲିଛି। ଏହି ଶୁଣାଣି ସମୟରେ ଆମେରିକା ସରକାର ନିଜର ପକ୍ଷ ରଖି କହିଛନ୍ତି, “ଏଫ୍ବିଆଇ ପକ୍ଷରୁ ତଦନ୍ତ କରିବା ସମୟରେ ଭାରତ, ପାକିସ୍ତାନ ଓ ୟୁଏଇରେ ଡି-କମ୍ପାନୀ ସକ୍ରିୟ ଥିବା ଜାଣିବାକୁ ପାଇଛି।
ଏହି ଡି-କମ୍ପାନୀର ମୁଖ୍ୟ ଦାଉଦ୍ ଭାରତରୁ ଫେରାର ହେବା ପରେ ପାକିସ୍ତାନରେ ଆତ୍ମଗୋପନ କରିଛି। ଦାଉଦ୍ ଓ ତା’ ଭାଇ ୧୯୯୩ ମସିହାରୁ ଭାରତରୁ ଖସି ଆସି ପାକିସ୍ତାନକୁ ନିଜର ସୁରକ୍ଷିତ ଭୂମି ଭାବେ ବ୍ୟବହାର କରୁଛନ୍ତି।
ବିଗତ ୧୦ ବର୍ଷ ହେଲା ଡି-କମ୍ପାନୀର ସହଯୋଗୀମାନେ ଆମେରିକାରେ ମଧ୍ୟ ନିଜର କାୟା ବିସ୍ତାର କରିବା ଆରମ୍ଭ କରିଛନ୍ତି। ବିଶେଷ କରି ମନିଲଣ୍ଡରିଂ, ଅପହରଣ ଓ ଲୁଟ୍ପାଟ ଆଦି କାର୍ଯ୍ୟ କରୁଛନ୍ତି। ମୋତିୱାଲା ସିଧାସଳଖ ହିଁ ଏସବୁ କଥା ବୁଝୁଥିଲା ଏବଂ ସେ ଦାଉଦ୍କୁ ରିପୋର୍ଟ କରୁଥିଲା। ତେଣୁ ଆମେରିକା ସରକାର ମୋତିୱାଲାକୁ ନିଜ ଦେଶକୁ ନେଇ ଏସବୁ ବିଷୟରେ ଖୋଳତାଡ଼ କରିବାକୁ ଚାହୁଁଛନ୍ତି।”
ମୋତିୱାଲା ନାଁରେ ମନିଲଣ୍ଡିରିଂ, ନିଶା ଚୋରାଚାଲାଣ, ବ୍ଲାକମେଲ୍, ଅପହରଣ ଓ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ଭଳି ମାମଲା ରୁଜୁ ହୋଇଛି।
from Odisha Reporter https://ift.tt/324keOn
No comments:
Post a Comment