ରଥଯାତ୍ରାରେ ଶୁଖିଲା ରହିବ ପାଗ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 2, 2019

ରଥଯାତ୍ରାରେ ଶୁଖିଲା ରହିବ ପାଗ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲ୍ ମାର୍କଡ ଲୋ ପ୍ରେସର ଛତିଶଗଡ଼ ଆଡକୁ ମୁହାଁଇଛି। ତେବେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ। ତେଣୁ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଲକ୍ଷ୍ମୀକାନ୍ତ ଗିରି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ କାଲି ଶ୍ରୀଜିଉଙ୍କ ରଥଯାତ୍ରା। କାଲି ପାଗ ଅନୁକୂଳ ରହିବ। ଅପରାହ୍ଣ ସମୟରେ ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।”

ସେ ଆହୁରି କହିଛନ୍ତି,“ ଆଗାମୀ ଦୁଇ ଦିନ ପାଗ ଶୁଖିଲା ରହିବ। ୫ତାରିଖ ବେଳକୁ ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଜୁନରେ ମୌସୁମୀ ବେଶି ସକ୍ରିୟ ନ ହେବାରୁ ବର୍ଷା ପରିମାଣ କମିଛି। ଆଗକୁ ମୌସୁମୀ ବର୍ଷା ଠିକ୍ ରହିବ।”



from Odisha Reporter https://ift.tt/2Xodf48

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages